ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଉତ୍ସବ ପାଳନର ୨ୟ ଦିବସ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଉତ୍ସବ ପାଳନର ୨ୟ ଦିବସ ଗୁରୁବାର ମହାଆଡମ୍ବରରେ ସହକାରେ ପାଳନ କରାଯାଇଛି। ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଗୁରୁବାର ଅପରାହ୍ନରେ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଅଜାଦି କି ଅମୃତ ମହୋତ୍ସବ ପାଳନ ଅବସରର ୨ୟ ଦିବସୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ୨ୟ ଦିବସରେର ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଭି କିର୍ତ୍ତୀଭାସନ, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ, ଛତ୍ରପୁର ପ୍ରସନ୍ନ କୁମାର ପାତ୍ର, ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷା ସରସ୍ବତୀ ସେଠି, ଶେରଗଡ଼ ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ଓ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସ୍ଥାନୀୟ ପୈାରାଞ୍ଚଳ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର କୁନି ଶିଶୁ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ପୌରାଧ୍ୟକ୍ଷ ପୋଲାଇ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ବୃନ୍ଦ ମିଶନ ଶକ୍ତି ମେଳା ଓ ଗାନ୍ଧିଜୀଙ୍କ ପଟ୍ଟଚିତ୍ର ପ୍ରଦର୍ଶନୀ ଷ୍ଟଲର ଶୁଭ ଉଦଘାଟନ କରିଥିଲେ ।ପରେ ଅନୁଷ୍ଠିତ ଫୋଟ ଚିତ୍ର ଓ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ । ହିଞ୍ଜିଳିକାଟୁ ପୌରାଞ୍ଚଳର ବିବିଧ ଉନ୍ନତି ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଜାରୀ ରହିଛି । ଏଣୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବହୁ ବିକାଶ ମୂଳକ ଯୋଜନାକୁ ପ୍ରାଥମିକତା ଦିଆଯାଇ ପୌରାଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି । ରାଜ୍ୟରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିକାଶ ପ୍ରକ୍ରିୟାରେ ୧ ନଂ ରହିଛି ଏବଂ ଆଗକୁ ରହିବି ମଧ୍ୟ । ସାରା ଭାରତ ବର୍ଷରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ୧ ନଂ ନିର୍ବାଚନ ମଣ୍ଡଳୀ ଭାବେ ଗଢି ତୋଳିବା ପାଇଁ ସହରବାସୀଙ୍କୁ ମୁଖ୍ୟ ଅତିଥି ଆହ୍ବାନ ଜଣାଇଥିଲେ । ଏଣୁ ସାରା ରାଜ୍ୟରେ ବିକାଶର ରୋଲ ମଡେଲ ପାଲଟିଥିବା ହିଞ୍ଜିଳିକାଟୁ ମୁନୁସିପାଲିଟିକୁ ଅଧିକ ସରସ ସୁନ୍ଦର ଗଢି ତୋଳିବା ସକାଶେ ଅତିଥି ବୃନ୍ଦ ସହରବାସୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେର ସଫେଇ ଭାଇ ଭାବେ ଉଦୟ ନାଇକ, ପବନା ବେହେରା, ସୁକାନ୍ତ ନାଇକ ଓ ସଫେଇ ଦିଦି ଭାବେ ରେଣୁ ନାଇକ, ଅମୂଲ୍ୟ ନାଇକ ଓ ପ୍ରତିମା ନାଇକଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ସୁପରଭାଇଜର ଭାବେ ସୁଶାନ୍ତ ଦାସ, ସହରବାସୀଙ୍କୁ ସଚେତନତା କରିବା ଅବସରରେ ଶ୍ରେଷ୍ଠ ସ୍ବଚ୍ଛ ସାଥି ଭାବେ ସବିତା ସାହୁ, ରାଜସ୍ବ ଆଦାୟ କ୍ଷେତ୍ରରେ ରଶ୍ମିତା ସାହୁ ଓ ସ୍ବଚ୍ଛ ପର୍ଯ୍ୟବେକ୍ଷକ ଭାବେ ଆର୍ଯ୍ୟାବାଳା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ବିଦ୍ୟାଳୟ ସ୍ୱଚ୍ଛତା କ୍ଷେତ୍ରରେ ଆଙ୍କୋରଡା ପ୍ରାଥମିକ ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ ଭାବେ ଓ ଶ୍ରୀ ଇଣ୍ଟରନ୍ୟାସନାଲ ସ୍କୁଲ, ମନ୍ଦିର ସ୍ବଚ୍ଛତା କ୍ଷେତ୍ରରେ ହିଞ୍ଜିଳି କନକ ଦୁର୍ଗା ମନ୍ଦିର, ସରକାରୀ ପ୍ରତିଷ୍ଠାନ ଭାବେ ପଞ୍ଚାୟତ ସମିତି, ଗୋଷ୍ଠୀ ଚାରା ରୋପଣ କ୍ଷେତ୍ରରେ କରୁଣାକର ବାଡତ୍ୟା, ବ୍ୟବସାୟ ପ୍ରତିଷ୍ଠାନର ୫ ମିଟର ଦୂରତା ପର୍ଯ୍ୟନ୍ତ ସଫା ରଖିବା କ୍ଷେତ୍ରରେ ଶିବରାମ ଗୈାଡ, ପ୍ରମୋଦ ପାଢି,ରମେଶ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ଲକ୍ଷ୍ମୀ ନୃସିଂହ କଳା ମନ୍ଦିର, ଗାୟତ୍ରୀ କମ୍ପ୍ୟୁଟର ଅନୁଷ୍ଠାନ, ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପକ୍ଷରୁ ଗୋଷ୍ଠୀ ନୃତ୍ୟ ଏବଂ ହିଞ୍ଜିଳିକାଟୁ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଏକକ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଶେଷରେ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ତହସିଲଦାର ପ୍ରଭାତ କୁମାର ପରିଡା, ବିଡିଓ ସୁବ୍ରତ କୁମାର ଜେନା, ଶେରଗଡ଼ ତହସିଲଦାର ଡଃ ଦୟାସିନ୍ଧୁ ପରିଡା, ଦାରିଙ୍ଗିବାଡି ତହସିଲଦାର ଚାର୍ଲ୍ସ ନାୟକ, ନଗର ବିଜେଡି ସଭାପତି ଭୀମସେନ ବେହେରା, ସଞ୍ଜୟ ପଣ୍ଡା, ଦେବାନନ୍ଦ ମହାପାତ୍ର, ଅଜୟ ମହାରଣା, ପ୍ୟାରୀୀମୋହନପାଢି, କିରଣ ପଟ୍ଟନାୟକ, ନିଳମଣି ପଟ୍ଟନାୟକ, ସାରୁ ସରପଞ୍ଚ ନିଳାଞ୍ଚଳ ସାହୁ,ଅଗ୍ନିଶମ କେନ୍ଦ୍ର ଅଧିକାରୀ ଗୌତମ ସାହୁ, ସମସ୍ତ କାଉନସିଲରଙ୍କ ସମେତ ସହରରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପୈାର ଯନ୍ତ୍ରୀ ପ୍ରମୋଦ ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲିପ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ପୈାର କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ