ନିଖୋଜ ନାବାଳକ ଙ୍କ ମୃତଦେହ ଉଦ୍ଧାର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା କୋଟିନଡା ଗ୍ରାମର ବସନ୍ତ ଛଟେଇ ଙ୍କ ୫ ବର୍ଷ ବୟସ ର ନିଖୋଜ ପୁଅ ପ୍ରଭୂପାଦ ଙ୍କ ମୃତଦେହ ଘର ବାରିପଟ କୂଅରୁ ଉଦ୍ଧାର ହୋଇଛି। ପ୍ରଭୂପାଦ ସୋମବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ଘର ବାରଣ୍ଡାରେ ଖେଳୁଥିବା ବେଳେ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପୁତ୍ରର କୈାଣସି ସନ୍ଧାନ ପାଇନଥିଲେ । ଯାହାଫଳରେ ପରିବାର ଲୋକେ ନିଖୋଜ ପ୍ରଭୁପାଦ ଙ୍କୁ କେହି ଅପହରଣ କରିଥିବା ସନ୍ଦେହରେ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏତଲାକୁ ଭିତ୍ତିକରି ଥାନା ମାମଲା ନଂ. ୪୨୬/୨୨ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ । ଅନ୍ୟପକ୍ଷରେ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତା ରେ ମଙ୍ଗଳବାର ବିଳମ୍ବିତ ରାତି ଯାଏଁ ଖୋଜାଖୋଜି କରିବା ପରେ ନିଖୋଜ ଶିଶୁ ଙ୍କ ମୃତଦେହ ଘର ବାରି ପଟ କୂଅରେ ଭାସୁଥିବା କେତେକ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଖବରପାଇ ଥାନା ଆଇ ଆଇ ସି ଦିପ୍ତୀରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବୁଧବାର ସକାଳେ ବ୍ରହ୍ମପୁର ବଡମେଡିକାଲ ପଠାଇଥିଲେ। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକା କୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନ ରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।