ନିଖୋଜ ନାବାଳିକାକୁ ଉଦ୍ଧାର କଲା ପାଟପୁର ପୋଲିସ ଅଭିଯୁକ୍ତ ଗିରଫ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ଅନ୍ତର୍ଗତ ଗ୍ରାମର ନିଖୋଜ ନାବାଳିକାକୁ ପାଟପୁର ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି। ନିଖୋଜ ନାବାଳିକାର ବାପା ଏନେଇ ପାଟପୁର ଥାନାରେ ୧୮/୬/୨୪ ରେ ଏତାଲା ଦେଇଥିବା ବେଳେ ପାଟପୁର ୩୪୮/୨୪ ମାମଲା ରୁଜୁ କରିଛି।ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ପ୍ରକାରେ ଶେରଗଡ଼ ଥାନା ଅର୍ନ୍ତଗତ କେଳା ଗୋବିନ୍ଦପୁର ଗ୍ରାମର କାହୁଁ ଚରଣ ବେହେରା ( ବିଶୋଇ) ଠାକୁରାଣୀ ଯାତ୍ରା ସମୟରେ ଉକ୍ତ ନାବାଳିକାକୁ ଭଲ ପାଇ ଗତ ସୋମବାର ଦିନ ଧରି ଚାଲିଯାଇଥିଲା।ଏତାଲା କ୍ରମେ ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଙ୍କନିର୍ଦେଶରେ ଏକ ଟିମ୍ କରାଯାଇଥିଲା। ହିମାଂଶୁ ପାତ୍ର ଙ୍କ ନେତୃତ୍ବ ରେ ମିଳନ ପ୍ରଧାନ,ହେମନ୍ତ ସାହୁ,ଟୁକୁନା ବିଭିନ୍ନ ସ୍ଥାନରେ ଚଢାଉ କରି ହିଞ୍ଜିଳି ଥାନା ଅର୍ନ୍ତଗତ ସାଉଁଳେଇ ଛକରୁ ଉଦ୍ଧାର କରିଛି।ଉକ୍ତ ନାବାଳିକାକୁ ପାଟପୁର ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ