ନିଖୋଜ ପିଙ୍କିର ମୃତ ଦେହ ଉଦ୍ଧାର
ଚିକିଟି (ଯୁଗାବ୍ଦ ନ୍ୟୁଜ ) : ଚିକିଟି କେ ନୁଆଁ ଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପିତାମ୍ଭର ପ୍ରଧାନଙ୍କ ଝିଅ (୨୩ ) ମୃତ ଦେହ ମହାରଷ୍ଟ୍ରର ପୁନେ ସହରରେ ଏକ ବନ୍ଦ କୋଠରୀରୁ ମୃତ ଦେହ ମିଳିଥିବା ପରିବାର ଲୋକଙ୍କୁ ପୋଲିସ ସୂଚନା ଦେଇଛି ।ସୂଚନା ଅନୁଯାୟୀ ବିଗତ ୧ ମାସ ତଳେ ଆନ୍ଦ୍ର ଓଡିଶା ସୀମାନ୍ତ ବିଛିନ୍ନ ଅଂଚଳ ମନ୍ଦସାରେ ବିବାହ କରିଥିଲେ । ସେ ତାଙ୍କର ଅଜା ଘରକୁ +୩ ପରୀକ୍ଷା ଦେବା ପାଇଁ ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ମହାବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଯାଇଥିଲେ କିନ୍ତୁ ପିଙ୍କି ଆଉ ଘରକୁ ଫେରିନଥିଲେ । ଏହି ଘଟଣା ପରେ ନୁଆ ଗାଁ ଥାନାରେ ପରିବାର ପକ୍ଷରୁ ଏତଲା ହୋଇଥିବା କଥା ଭାରପ୍ରାପ୍ତ ଥାନା ଅଧିକାରୀ ସୁଚନା ଦେଇଛନ୍ତି ।