ନିଖୋଜ ବୃଦ୍ଧଙ୍କ ଶବ ବିଲରୁ ଉଦ୍ଧାର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ବାଦାମ ପାହାଡ ଥାନା ଅନ୍ତର୍ଗତ ଖଣ୍ଡା ଡେରା ଗ୍ରାମର ଦୁଃଖୀରାମ ସୋରେନ (୫୫) ଶୁକ୍ରବାର ଦିନ ୧୦ଟା ବେଳୁ ଘରକୁ ଯାଇ ଫେରି ନଥିଲେ । ଆଜି ଦିନ ବେଳେ ଗାଁର କେହି ଲୋକ ଗାଁ ପାଖ ବିଲରେ ପଡି ମୃତ ଅବସ୍ଥାରେ ଦୁଖିରାମଙ୍କୁ ଦେଖିବାକୁ ପାଇଁ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା କେଶ ନଂ ୧୫/୨୦ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ