ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ନଦୀରୁ ଉଦ୍ଧାର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ସଦର ଥାନା ମିଣିଆ ପଞ୍ଚାୟତ କରଣ୍ଡାମାଳ ଗାଁର ନିଖୋଜ କୃଷ୍ଣଚନ୍ଦ୍ର ମଲ୍ଲିକ(୪୫)ଙ୍କର ମୃତ ଦେହ ତୁଡିପାଜୁ ପାଖ ସାଲୁଙ୍କି ନଦୀରୁ ଉଦ୍ଧାର ହୋଇଛି। କୃଷ୍ଣଚନ୍ଦ୍ର ଗତ ଗୁରୁବାର ଦିନ ଘରୁ ନଦୀକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ପରିବାର ଲୋକ ଏ ନେଇ ସଦର ଥାନାରେ ଜଣାଇଥିଲେ।  ମୃତ ଦେହ ମିଳିଥିବା ବେଳେ ଗାଧୋଇବା ସମୟରେ ଗଭୀର ଜଳକୁ ଗୋଡ ଖସି ଯାଇ ଭାସି ଯାଇଥିବା ଅନୁମାନ କରାଯାଉଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ