ନିଖୋଜ ବ୍ୟକ୍ତିର ଶବ ଉଦ୍ଧାର

କଳାହାଣ୍ଡି , (ଯୁଗାଦ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଘେନୁଗୁଡା ଗ୍ରାମରୁ ଗତକାଲି ଠାରୁ ନିଖୋଜ ଥିବା ବ୍ୟକ୍ତିଙ୍କ ଜୟପାଟଣା ଖୋଇରମାଲ ନିକଟରେ ଥିବା ହାତୀ ନଦର ପୋଲ ନିକଟରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ନିଖୋଜ ମୃତକ ମଙ୍ଗଳପୁର ପଞ୍ଚୟତ ଘେନୁଗୁଡା ଗ୍ରାମର ବିର ସ୍ୱାଇ ବୋଲି ଜଣାପଡିଛି । ଗତ କାଲି ସେ ନଦୀ କୁ ଗାଧେଇ ଯାଇଥିବା ବେଳେ ନଦୀ ସ୍ରୋତରେ ଭାସି ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି । ତାଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନାକୁ ପଠାଇ ଦେଇଥିବାବେଳେ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ