ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଟି . ଗୋବିନ୍ଦପୁର ପଞ୍ଚାୟତ ନୂଆଁ ଗାଁ ଗ୍ରାମ ନିକଟସ୍ଥ ଏକ ବିଲରେ ରହିଥିବା ଗଛରୁ ତିନିଦିନ ଧରି ନିଖୋଜ ରହିଥିବା ବିବାହିତ ମହିଳାଙ୍କ ମୃତଦେହ ପାଟପୁର ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଉକ୍ତ ଗ୍ରାମର ପ୍ରମୋଦିନୀ ନାଇକ (୩୫) । ଖବରପ୍ରକାରେ , ମୃତ ମହିଳାଙ୍କ ସ୍ବାମୀ ବାହାରେ ରାଜ୍ୟ ଦାଦନ ଖଟିବାକୁ ଯାଇଥିବା ବେଳେ ଦୁଇ ପୁଅ ଅଜା ଘରେ ରହି ଆସୁଛନ୍ତି । ଏଭଳି ସ୍ଥିତିରେ ବଡ଼ ଝିଅ ସହ ମହିଳା ଜଣକ ଶାଶୁ ଘରେ ରହି ଆସୁଥିଲେ । ତେବେ କୌଣସି କାରଣରୁ ଗତ ତିନି ଦିନ ପୂର୍ବେ ପାରିବାରିକ କଳହ ଲାଗିବା କାରଣରୁ ମହିଳା ଜଣଙ୍କ ଘରୁ ପଳାଇଥିବା ପରିବାର ଲୋକେ କହିଛନ୍ତି । ଏପଟେ ମହିଳା ଜଣଙ୍କ ନିଖୋଜ ଥିବା ଥାନାରେ ଏତଲା ହୋଇନଥିବା ସୂଚନା ମିଳିଛି । ଏନେଇ ଗୁରୁବାର ସକାଳୁ କିଛି ଲୋକ ମହିଳା ଜଣଙ୍କ ଝୁଲନ୍ତା ଅବସ୍ଥାରେ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ନଂ ୨୪/୨୩ ଅନୁସାରେ ମକଦ୍ଦମା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ