ନିଖୋଜ ମହିଳାଙ୍କ ଶବ ଉଦ୍ଧାର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇହରି ଗ୍ରାମପଞ୍ଚାୟତ ଦୁମାଡିହି ଗାଁ ର ଲୁସୁ ମାଝୀଙ୍କ ସ୍ତ୍ରୀ ଯାସମୀ ମାଝୀ (୪୩)ଙ୍କ ଶବକୁ ଗାଁ ନିକଟ ଡଗଓ୍ବେଲରେ ଭାସୁଥିବା ଅବସ୍ଥାରେ ମଙ୍ଗଳବାର ଦିନ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା କୁ ପଠାଯାଇଥିଲା । ସୂଚନା ଅନୁଯାୟୀ ମୃତକ ଯାସ୍ମିନ ମାଝୀ ସୋମବାର ଦିନ ସକାଳେ ବିଲକୁ ଯାଇ ଆଉ ଘରକୁ ଫେରିନଥିଲା । ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ଯାସ୍ମିନ କୁ ପାଇନଥିଲେ । ମଙ୍ଗଳବାର ଦିନ ସକାଳେ ଖବର ପାଇ ପରିବାର ଲୋକେ ଘର ଠାରୁ ଏକ କି.ମି ଦୂରରେ ଥିବା ବିଲ ମଜିରେ ଥିବା କୂଅ ନିକଟ କୁ ଯାଇ ମୃତ ମହିଳା ଜଣକ ଯାସ୍ମିନ ବୋଲି ଚିହ୍ନଟ କରିଥିଲେ । ପୋଲିସ୍ କୁ ଖବର ଦେବାରୁ ଗ୍ରାମାଞ୍ଚଳ ଦମକଳ ବିଭାଗ ଆସି କୂଅରୁ ମରଶରୀରକୁ ଉଦ୍ଧାର କରିଥିଲେ। ପୋଲିସ୍ ବୁଧବାର ଦିନ ଏକ ଅପମୃତ୍ୟୁ ମାମଲା କେଶ ନଂ୨୭/୨୦ ରୁଜୁ କରି ରାଇରଙ୍ଗପୁର ହସ୍ପିଟାଲରେ ପଞ୍ଚନାମା କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାକୁ ନେଇ ଛାନଭିନ ଚଳାଇଛି ।