ନିଖୋଜ ମେନେଜରଙ୍କ ଗଳିତ ମୃତଦେହ ଉଦ୍ଧାର
କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ଓଏଚପିସିରେ କାର୍ଯ୍ୟରତ ଜେନେରାଲ ମେନେଜର ନାରାୟଣ ପ୍ରସାଦ ମେହେର ଗତ ୧୭ ତାରିଖରୁ ନିଖୋଜ ଥିବା ବେଳେ ଆଜି ତାଙ୍କର ମୃତଦେହ ମୁଖୀଗୁଡା ଏୟାରଟେଲ ଟାୱାର ନିକଟ ବୁଦା ଆଡୁଆଳରୁ ଠାବ ହୋଇଛି । ବୁଦା ମୁଳରୁ ଦୁର୍ଗନ୍ଧ ହେବାରୁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ଗତ ୧୭ ତାରିଖ ରୁ ଅଫିସ କୁ ଆସି ନିଖୋଜ ଥିଲେ । ନିଖୋଜ ପରେ ତାଙ୍କ ପତ୍ନୀ ସୁରେଖା ମେହେର ମୁଖୀଗୁଡା ଫାଣ୍ଡି ରେ ଅପହରଣ ଓ ନିଖୋଜ ଥିବା ଅଭିଯୋଗ କରିଥିଲେ । ନିଖୋଜକୁ ନେଇ ପୋଲିସ ତଦନ୍ତ ରେ ଶିଥିଲତା କୁ ପତ୍ନୀ ଚିନ୍ତା ରେ ଥିବା ବେଳେ ୬ ଦିନ ପରେ ନିଖୋଜ ମେନେଜର ଙ୍କ ଗଳିତ ଶବ ଉଦ୍ଧାର ପରେ ଏହା ଏକ ସୁପରିକଳ୍ପିତ ଅପହରଣ ଓ ହତ୍ୟା ବୋଲି ପତ୍ନୀ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ଆଜି ସନ୍ଧାନୀ କୁକୁର ଆସି ସୁରାକ ଖୋଜୁଥିବା ବେଳେ ମୁଖୀଗୁଡା ଗ୍ରାମବାସୀ ମାନେ ସିବିଆଇ ତଦନ୍ତ ଦାବିକରିବା ସହ ଓଏଚପିସି କତ୍ତୃପକ୍ଷ ଅଧିକାରୀ ମଧ୍ୟ ଆସିନଥିବାରୁ ଶବ କୁ ଅଟକ ରଖି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।


