ନିଖୋଜ ଯୁବକକୁ ଉଦ୍ଧାର କଲେ ସ୍ୱେଚ୍ଛାସେବୀ

ଗଂଜାମ (ବିନୋଦ ପଲେଇ): ଗାଈ ଚରାଇବାକୁ ଯାଇ ନିଖୋଜ ହୋଇଥିବା ଵେକ୍ତିକୁ , ଗଂଜାମ ଠାରେ ବୁଲୁଥିବା ଅବସ୍ଥାରେ ଦେଖି ସ୍ଥାନୀୟ ସ୍ୱେଚ୍ଛାସେବୀ ମାନେ ଉଦ୍ଧାର କରିଥିଲେ । ପରେ ଗଂଜାମ ଆଇଆଇସିଙ୍କ ଉପସ୍ଥିତରେ ତାର ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଖଲ୍ଲିକୋଟ ବ୍ଲକର ମାଣିକପୁର ପଞ୍ଚାୟତର ମାଣିକପୁର ଗ୍ରାମର ଦୁଃଶାସନ ଗୌଡ଼ଙ୍କ ପୁଅ ଜଗନ୍ନାଥ ଗୌଡ଼ (୨୩) ଗତ ଦୁଇଦିନ ତଳେ ଗାଈଚରାଇବାକୁ ଯାଇଥିଲେ । ପରେ ସେ ଆଉ ଘରକୁ ଫେରିନଥିଲେ । ଏନେଇ ପରିବାର ଲୋକେ ଖୋଜଖୋଜି କରିଥିଲେ ମଧ୍ୟ ମିଳିନଥିଲା। ପରେ ସୋସିଆଲ ମିଡିଆରେ ଜଗନ୍ନାଥର ଫୋଟ ଦେଇ ନିଖୋଜ ଥିବା ପୋଷ୍ଟ କରିଥିଲେ ସ୍ଥାନୀୟ ଯୁବକ ମାନେ ।ଅନ୍ୟପଟେ ଆଜି ସକାଳ ପ୍ରାୟ ଛଅ ଘଣ୍ଟ ସମୟରେ ଏକ ବ୍ୟାଗ ଧରି ଅସୁସ୍ଥ ଅବସ୍ଥାରେ ତ୍ରିବେଣୀ ମଠ ଛକଠାରେ ବୁଲୁଥିବା ଏକ ଯୁବକ ନିଜର ପେଟକୁ ଧରି ତଳେ ମୂର୍ଚ୍ଛା ହୋଇଯିବାର ଦେଖି ସ୍ଥାନୀୟ ମାଂସ ବ୍ୟବସାୟି କାମରାଜୁ ରେଡ୍ଡୀ ଓ ସୁରେଶ ପଲାଇ ଉଠାଇଆଣି ଦୋକାନରେ ବସାଇଥିଲେ । ପରେ ସ୍ୱେଚ୍ଛାସେବୀ ତଥା ” ଗଂଜାମ ମିଡିଆ ହାଉସ ” ର ସଭାପତି ଦୁର୍ଗା ମାଧବ ପାଣିଗ୍ରାହୀ ଏନେଇ ସେମାନଙ୍କ ଠାରୁ ଖବର ପାଇ ସରପଞ୍ଚ ସାମା ରେଡ୍ଡୀ ଓ ସ୍ୱେଚ୍ଛାସେବୀ ବସନ୍ତ ସାହୁ, ନାରାୟଣ ଗୌଡ଼ ପହଞ୍ଚିଥିଲେ । ସୋସିଆଲ ମିଡ଼ିଆରେ ରେ ପୋଷ୍ଟ ହୋଇଥିବା ଚିହ୍ନଟ କରିତାଙ୍କ ପରିବାରକୁ ଖବର ଦେବାସହ ଗଂଜାମ ଥାନାରେ ଜିମା ଦେଇଥିଲେ। । ପରେ ତାକୁ ପଚାରିବାରୁ ତାର ନାଁ ଜଗନ୍ନାଥ ଗୌଡ଼ , ସେ ଗତକାଲି ଗାଈ ଚରାଇବାକୁ ଯାଇଥିବା ବେଳେ ଏକ କାରରେ ଦୁଇଜଣ ବ୍ୟକ୍ତି ଆସି ବାଙ୍ଗାଲୋରେ କାମ କରାଇଦେବୁ , ତୁ ଡ୍ରେସ ଓ ବ୍ୟାଗ ଧରିଆସ ଛକକୁ ଆସିବାକୁ କହିଥିଲେ । ପରେ ସେମାନେ ତାକୁ କାରରେ ନେଇ ଖଲ୍ଲିକୋଟ ଷ୍ଟେସନରୁ ଟ୍ରେନ୍ରରେ ଧରି ଯାଉଥିବା ବେଳେ ଛତ୍ରପୁର ଷ୍ଟେସନରେ ଟିଟି ଜଗନ୍ନାଥ ଙ୍କୁ ଟିକଟ ମାଗିବାରୁ ଉକ୍ତ ଦୁଇଜଣ ବ୍ୟକ୍ତିଙ୍କୁ ଦେଖାଇବା ବେଳକୁ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ । ଟିଟି ଜଗନ୍ନାଥଙ୍କୁ ଷ୍ଟେସନରେ ଓହ୍ଲାଇଦେଇଥିଲେ । ରାତି ଷ୍ଟେସନରେ ରହି , ସକାଳୁ ଚାଲି, ଚାଲି ଗ୍ରାମକୁ ଯାଉଥିବା ବେଳେ , ଗଞ୍ଜମରେ ମୂର୍ଚ୍ଛା ହୋଇଯାଇଥିଲେ । ପରେ ଗଞ୍ଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ଉପସ୍ଥିତରେ ମାଣିକପୁର ଗ୍ରାମରୁ ଆସିଥିବା ପରିବାର ଲୋକ ତୋଫାନ ପ୍ରଧାନ, ଉଦୟ ନାଥ ବାରିକଙ୍କୁ ଜଗନ୍ନାଥଙ୍କୁ ହସ୍ତାନ୍ତର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ