ନିଖୋଜ ଯୁବତି ଙ୍କ ହାତ୍ୟା କାରିକୁ ଗିରଫ କରିଛି ପାଟପୁର ପୋଲିସ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ପୁଡ଼ାମାରି ପଞ୍ଚାୟତ ଚସାସାହି ର ନିଖୋଜ ଯୁବତୀ ସଂଗତା ପ୍ରଧାନ ( ୨୭) ଙ୍କୁ ଟିଗୋବିନ୍ଦପୁର ପଂଚାୟତ ତପ୍ତପାଣି ଘାଟି ନିକଟସ୍ଥ କେନାଳ ରେ ହତ୍ୟା କରି ପକାଇଥିବା ଅଭିଯୁକ୍ତ କୁ ଗିରଫକରିବାରେ ସଫଳ ହୋଇଛି ପାଟପୁର ପୋଲିସ। ଅଭିଯୁକ୍ତ ଜଣକ ହେଲେ ସିନ୍ଦୁରପୂର୍ ଗ୍ରାମର ମିଥୁନ ବିଷୋୟୀ ବୋଲି ଜଣାପଡ଼ିଛି। ଆଜି ଏନେଇ ପାଟପୁର ଥାନା ପରିସରରେ ଆସିକା ଏସ ଡି ପିଓ ଉମାଶଙ୍କର ସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ଉପସ୍ଥିତିରେ ପ୍ରେସମିଟ ରେ ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ ଗତ କିଛିଦିନ ତଳେ ସଂଗୀତା ର ବାପା ନାରାୟଣ ପ୍ରଧାନ ଝିଅ ନିଖୋଜ ଥିବା ପାଟପୁର ଥାନା ରେ ଅଭିଯୋଗ କରିଥିଲେ ।ଏନେଇ ପାଟପୁର ପୋଲିସ ତଦନ୍ତ କରୁଥିବା ବେଳେ ଗତ କାଲି ତପ୍ତପାଣି ନିକଟସ୍ଥ ଘାଟି ନାଳରେ ନିଖୋଜ ଯୁବତୀ ଙ୍କ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ମାଛ ଧରିବାକୁ ଯାଇ ଦେଖିଥିଲେ ପାଟପୁର ପୋଲିସ କୁ ଖବର ଦେଇଥିଲେ ଘଟଣସ୍ଥଳରେ ରେ ପହଞ୍ଚି ନିଖୋଜ ଯୁବତୀ ଙ୍କ ମୃତ ଦେହ ଆଜିଉଦ୍ଧାର କରାଯାଇଥିଲା। ପରେ ପରିବାର କୁ ସୂଚନା ଦିଆଯାଇଥିଲା। ଘଟଣା ସ୍ଥଳରେ ପରିବାର ପକ୍ଷରୁ ଆସି ମୃତ ଯୁବତୀ ସଙ୍ଗୀତ। ପ୍ରଧାନ ବୋଲି ଚିହ୍ନଟ କରିଥିଲେ । ୪ ବର୍ଷ ତଳେ ନରସିଂହ ଗଡ଼ ରେ ସଙ୍ଗୀତା ବିବାହ କରିଥିଲେ । ପରେ ତାଙ୍କର ଛାଡପତ୍ର ହୋଇଥିଲା। ଝିଅ ଘରେ ରହୁଥିବା ବେଳେ ସିନ୍ଦୁରପୁର ମିଥୁନ ବିଷୋୟୀ ଙ୍କ ସହ ଭଲପାଇ ଘରୁ ସୁନା ଅଳଙ୍କାର କିଛି ଟଙ୍କା ନେଇ ଫେରାର ହୋଇଥିବା ଥାନାରେ ଅଭିଯୋଗ ଆଣିଥିଲେ ମୃତ ଯୁବତୀଙ୍କ ବାପା ନାରାୟଣ ପ୍ରଧାନ।ଗତ କାଲି ଯୁବତୀର ମୃତ ଦେହ ଉଦ୍ଧାର ପରେ ଅଭିଯୁକ୍ତ କୁ ଧରିବା ପାଇଁ ଏଡିପିଓ ଙ୍କ ନେତୃତ୍ବ ରେ ଚଢାଉ କରି ଅଭିଯୁକ୍ତ କୁ ଧରିବାରେ ସଫଳ ହୋଇଛି । ମାଟି ତଳେ ପୋତିଥିବାସୁନା ଅଳଙ୍କାର ଉଦ୍ଧାର କରାଯିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ଏଥିରେ ଯେଉଁ ମାନେ ସମ୍ପୁକ୍ତ ଅଛନ୍ତି ତାହା ତଦନ୍ତ ଚାଲିଥିବା ପ୍ରେସମିଟ ରେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ