ନିଖୋଜ ଯୁବତୀ ଉଦ୍ଧାର ଯୁବତୀଙ୍କ ମାଙ୍କୁ ହସ୍ତାନ୍ତର କଲେ ପୋଲିସ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀ ସୋମବାର ଭୋରରୁ ତାଙ୍କ ଘରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା।ଯୁବତୀଙ୍କ ମା ଏନେଇ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏଏସଆଇ ସୁବାସ ଚନ୍ଦ୍ର ବାୟକଙ୍କୁ ସାକ୍ଷାତ କରି ଏତଲା ଦେଇଥିଲେ।ଥାନା ଆଇଆଇସି ବିଶ୍ୱଜିତ୍ ନାୟକ ଥାନା ଏମଏମଆର ନଂ.୧୪/୨୬ ଅନୁଯାୟୀ ନିଖୋଜ ମାମଲା ରୁଜୁ କରି ତଦନ୍ତ ନିମନ୍ତେ ଫାଣ୍ଡି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫାଣ୍ଡି ଅଧିକାରୀ ସଦଳବଳେ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରି ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଯୁବତୀଙ୍କୁ ତାଙ୍କ ମାଙ୍କୁ ହସ୍ତାନ୍ତର କରାଯାଇଛି।


