ନିଗମାନନ୍ଦ ଏଜୁକେସନ ସେଣ୍ଟର ତରଫରୁ “ଥିଲେ ଦିଅନ୍ତୁ,ନଥିଲେ ନିଅନ୍ତୁ କାର୍ଯ୍ୟକ୍ରମ”ଅନୁଷ୍ଠିତ

ଭଞ୍ଜନଗର (ସନ୍ତୋଷ ଜେନା): ପୁରୁଣା ବସ୍ତ୍ରକୁ ନଷ୍ଟ ନ କରି ତାହା ଆବଶ୍ୟକ ଥିବା ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ମୁଁହରେ ହସ ଫୁଟାଇବା ଲକ୍ଷ୍ୟ ନେଇ ଭଞ୍ଜନଗରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଗମାନନ୍ଦ ଏଜୁକେସନ ସେଣ୍ଟର ତରଫରୁ ଆରମ୍ଭ କରାଯାଇଛି” ଥିଲେ ଦିଅନ୍ତୁ ଓ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ବାଉଁଶଲୁଣ୍ଡି ପଞ୍ଚାୟତ ଅଫିସ ଆଗରେ ତା- 28.3.2021,ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ଚିନ୍ମୟ କୁମାର ବେବର୍ତ୍ତା,ସଦସ୍ୟା ପ୍ରଭାତି ମଞ୍ଜରୀ ବେହେରା,ସଦସ୍ୟ ଶଙ୍କର ପ୍ରସାଦ ପଟ୍ଟନାୟକ,ହିମାଂଶୁ ଶେଖର ମିଶ୍ର, ତ୍ରିନାଥବେହେରା, ଭେଙ୍କଟେଶ , ପ୍ରମୋଦା ସାହୁ, ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଠାରୁ ବସ୍ତ୍ର ଗ୍ରହଣ ଠାରୁ ଆରମ୍ଭ କରି,ବସ୍ତ୍ର ଆବଶ୍ୟକ କରୁଥିବା ଲୋକଙ୍କୁ ବସ୍ତ୍ର ପ୍ରଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ଶିକ୍ଷୟିତ୍ରୀ ମନବିନ ଜେନା, ସି.ଆର୍.ସି.ସି ମୋହନ ସାହୁ ପ୍ରମୁଖ ଏହି ଅବସରରେ ପୋଷାକ,ବସ୍ତ୍ର ଆଦି ପ୍ରଦାନ ପୂର୍ବକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରାୟ ଶତାଧିକ ମହିଳା ଓ ପୁରୁଷ ବସ୍ତ୍ର ଗ୍ରହଣ କରିଥିବାବେଳେ ପ୍ରାୟ ଚାଳିସରୁ ଉର୍ଦ୍ଧ୍ବ ଲୋକ ନିଜର ପୁରୁଣା ବସ୍ତ୍ର ପ୍ରଦାନ କରିଥିଲେ । ଶେଷରେ ସହ ସଂପାଦକ ହିମାଂଶୁ ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ