ନିଗମାନନ୍ଦ ମହିଳା କଲେଜ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ନିମାପଡ଼ା, (ସନ୍ତୋଷ ଦାଶ):ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ନିମାପଡ଼ା ବ୍ଲକ ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ଵର୍ଣ୍ଣ ରଶ୍ମି ସାହୁ ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜ ଛାତ୍ରୀ ଓ କର୍ମଚାରୀ ମାନେ ମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଚାରିଛକ ବଜାର ରେ ପହଞ୍ଚି ସେଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଛାତ୍ରୀ ମାନେ ମହାତ୍ମା ଗାନ୍ଧୀ ଙ୍କ ବାଣୀ ଉପରେ ସ୍ଲୋଗାନ ଦେଇଥିଲେ ।ବେଟି ବଞ୍ଚାଓ, ବେଟି ପଢାଓ, ପରିବେଶ ସ୍ୱଚ୍ଛ ରଖ ,କୁଟି ଖାଓ, କାଟି ପିନ୍ଧ ପ୍ରଭୁତି ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ ।କଲେଜ ର ସଂସ୍କୃତ ଅଧ୍ୟାପକ ଜୀବନ ଦାସ , ଡେମନଷ୍ଟେଟର ସୁବାସ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ବୋଲି କଲେଜ ର ଅଧ୍ୟକ୍ଷ ସ୍ଵର୍ଣ୍ଣ ରଶ୍ମି ସାହୁ ସୂଚନା ଦେଇଛନ୍ତି ।