ନିଗମାନନ୍ଦ ମହିଳା ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ

ନିମାପଡା, (ସନ୍ତୋଷ ଦାଶ ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ ଆଜି ମୋ କଲେଜ ଅଭିଯାନ କୁ କୋଭିଡ ନିୟମକୁ ସମ୍ମାନ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ରେ ଭିଡ଼ିଓ ର୍କରିଜି ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଆରମ୍ଭ କରିଥିଲେ । ଏହି ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ରେ ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ କଲ୍ୟାଣି ପଟନାୟକ ଆଜିର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ପ୍ରଭାତ କୁମାର ଦାଶ ,ପୁରୀ ଜିଲ୍ଲା ୨୧ ନଂ ଜିଲାପରିସଦ ସଭ୍ୟ ପୁର୍ଣଚନ୍ଦ୍ର ଓଝା ,ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ପୂର୍ବତନ ପ୍ରଫେସର ଗୋପୀନାଥ କର ,କାକଟପୁର ମଙ୍ଗଳା ମହାବିଦ୍ୟାଳୟ ର ପୂର୍ବତନ ପ୍ରଫେସର ସନ୍ତୋଷ କୁମାର ମିତ୍ର ,ସମାଜସେବୀ ସନାତନ ପାତ୍ର ,ଚନ୍ଦ୍ରକାନ୍ତ ଦଳାଇ ,ଚାରିଛକ ପ୍ରେସ କ୍ଲବର ସଭାପତି ପ୍ରଫୁଲ କୁମାର କର ,ଡ଼ ,କେଦାର ନାଥ ସାହୁ ,ମହେନ୍ଦ୍ର କୁମାର ନାୟକ ,କୃଷ୍ଣଚନ୍ଦ୍ର ରାଉତ ,ପ୍ରଶାନ୍ତ ବେହେରା ,ସୂର୍ଯ୍ୟ ନାରାୟଣ ପରିଡା ସହିତ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହିତ ସମସ୍ତ ଛାତ୍ରୀ ଏବଂ ସମସ୍ତ ଗଣ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ