ନିଘାମାନିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

କୋରାପୁଟ,(ହେମନ୍ତ ପାଣଗ୍ରାହୀ) : ସଦର ବ୍ଲକ ପଦ୍ମପୁର ପଞ୍ଚାୟତର ନିଘାମାନିଗୁଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟତ୍ରୀ ଏ, ସୁଶୀଳାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ପଦ୍ମପୁର ସରପଞ୍ଚ ଚୈତନ୍ୟ ଜାନି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ନିଘାମାନିଗୁଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆର୍, ଶିବ ଶଙ୍କର ପଟ୍ଟନାୟକ, ସିଆରସିସି ସୂର୍ଯ୍ୟକାନ୍ତ ବେହେରା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ସହକାରୀ ଶିକ୍ଷୟତ୍ରୀ ଭି ,କୁସୁମା ଏବଂ ଅନିତା ମହାପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ