ନିଘୋଡ ନିଦ୍ରାରେ ଜଳସଂପଦ ବିଭାଗ
ଆସିକା, (ଯୁଗାବ୍ଦ ନ୍ୟୁଜ):ରାସ୍ତାଘାଟର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ସାରିଥିଲା ବେଳେ ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମପଞ୍ଚାୟତର ମୁକୁନ୍ଦପୁର ଗ୍ରାମର ମୁକୁନ୍ଦପୁର ଛକ ଓ ଆଲିପୁର ଗ୍ରାମ ପଂଚାୟତର କୋଟିବାଡି ଗ୍ରାମକୁ ସଂଯୋଗ କରୁଥିବା ରୋଡ (ବଡନଦୀ ହୁଡା) ରାସ୍ତା ଦୀର୍ଘ ଦିନ ହେଲା ମରଣଯନ୍ତା ପାଲଟିଥିଲେ ମଧ୍ୟ ତାହାକୁ ମରାମତି କରିବା ଦିଗରେ ଜଳସଂପଦ ବିଭାଗର ନିଘୋଡ ନିଦ୍ରା ଭାଙ୍ଗୁନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ମୁକୁନ୍ଦପୁର ଗ୍ରାମ ଛକ-କୋଟିବାଡି ଗ୍ରାମକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ମୁଖ୍ୟ ରାସ୍ତା ଦୀର୍ଘ ବର୍ଷହେଲା ମରଣଯନ୍ତା ପାଲଟି ଥିଲେ ମଧ୍ୟ ଉକ୍ତ ବ୍ୟସ୍ତ ବହୁଳ ରାସ୍ତାକୁ ମରାମତି କରିବା ଦିଗରେ ଜଳସଂପଦ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଚାଲିଥିଲା ଲକ୍ଷ୍ୟ କରାଯାଇଛି ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଆସିକା ଜଳସଂପଦ ବିଭାଗ ଅଧିନରେ ଥିବା ଆସିକା ମୁକୁନ୍ଦପୁର ଗ୍ରାମ ଛକ-କୋଟିବାଡି ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ରତରଙ୍ଗ, ଗବନଳା, ପଥରା, କୋଟିବାଡି, ଆଲିପୁର, କରାତୋଳି, ମହାରାଜପୁର, ସିଦ୍ଧନଇ ଗ୍ରାମ ତଥା ଏହାର ଆଖପାଖ ଗ୍ରାମାଞ୍ଚଳର ଶହ ଶହ ଜନସାଧାରଣ ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ନିର୍ଭର କରି ଯାତାୟତ କରୁଛନ୍ତି । ତେବେ ଦୀର୍ଘ ଦିନ ହେଲା ଉକ୍ତ ବ୍ୟସ୍ତବହୁଳ ରାସ୍ତାର ମରାଠି ବସା ନିକଟରୁ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବା ଯୋଗୁଁ ସାଧାରଣ ଜନତା ଯାତାୟତ ବେଳେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ରାସ୍ତା ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବହୁବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ । ଖାଲଖମାରେ ପରିପୂର୍ଣ୍ଣ ଥିବା ମୁକୁନ୍ଦପୁର ଗ୍ରାମ ଛକ-କୋଟିବାଡି ଗ୍ରାମ ମୁଖ୍ୟ ରାସ୍ତାକୁ ମରାମତି କରିବା ଦଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବହୁବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ଜିଲ୍ଲା ପ୍ରଶାସନ ତଥା ଜଳସଂପଦ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଶହ ଶହ ପଥଚାରୀଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ମରଣଯନ୍ତା ପାଲଟି ଥିବା ମୁକୁନ୍ଦପୁର ଗ୍ରାମ ଛକ-କୋଟିବାଡି ଗ୍ରାମକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ରାସ୍ତାଟିକୁ ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଜଣାପଡିଛି ।