ନିଜ କାନ୍ଧରେ ବୋହିଲେ ବ୍ଲକ ଉପାଧ୍ୟକ୍ଷ କରୋନା ଆକ୍ରାନ୍ତ ଯୁବକଙ୍କ ଶବ

ବୁଗୁଡା, (ଅନିଲ କୁମାର ମହାରଣା) : ମାନବିକତା ଲୋପ ପାଇନାହିଁ, ଏହା ପ୍ରମାଣିତ କରି ଦେଖାଇ ଦେଲେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ। ସବୁଠି କରୋନା ମହାମାରୀ ଭୟ। କରୋନା ବ୍ୟତୀତ ଅନ୍ୟ ରୋଗରେ ମଲେ ମଧ୍ୟ ସାହି ଭାଇ ଆସୁନାହାଁନ୍ତି ଶବ ଉଠାଇ ବାକୁ। ଏହି କାରଣରୁ ବୁଗୁଡ଼ାରେ ଶବ ବୁହାଯାଇଥିଲା ପଟା ରିକ୍ସାରେ। କରୋନା ଯୋଗୁଁ ମାନବିକତା ଲୋପ ପାଇଛି ବୋଲି ସାରା ଓଡ଼ିଶାରେ ହୋଇଥିଲା ପ୍ରଚାର। ହେଲେ ମାମବିକତା ହଜି ନାହିଁ ପ୍ରମାଣ କରି ଦେଖାଇ ଦେଲେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ତଥା ଅରଖପୁର ପଞ୍ଚାୟତର ସମିତି ସଭ୍ୟ ଟୁକୁନା ସ୍ଵାଇଁ। ପ୍ରକାଶ ଥାଉକି ୧୭ ତାରିଖ ଦିନ ଭାସ୍କର ନାୟକ(୪୫) କରୋନରେ ମୃତ୍ୟୁ ବରଣ କରିଥିବା ବେଳେ ସେହି ବ୍ୟକ୍ତିଙ୍କ ଶବ ସଂସ୍କାର କାର୍ଯ୍ୟରେ ଯୁଧିଷ୍ଠିର ସ୍ଵାଇଁ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତାପର ଦିନ ହିଁ ଯୁଧିଷ୍ଠିରଙ୍କୁ ଜ୍ଵର ହୋଇ ଭଲ ହୋଇ ଯାଇଥିଲା। ତଥାପି ଯୁଧିଷ୍ଠିର ସ୍ଵାଇଁ (୨୮) ଙ୍କ ଜୁଲାଇ ୧୯ ତାରିଖରେ ସ୍ଲାବ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ଯୁଧିଷ୍ଠିର ନିଜ ଘରେ ସେହି ଦିନ ଠାରୁ ସଙ୍ଗରୋଧରେ ରହିଥିଲେ। ଆଜି ଜୁଲାଇ ୨୪ ତାରିଖ ଦିନ ସେ ପଜିଟିଭ ବୋଲି ରିପୋର୍ଟ ଆସିଲା। ଯୁଧିଷ୍ଠିରଙ୍କୁ କୋଭିଡ ହସପିଟାଲକୁ ପଠାଇବାକୁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ନିଜ ଗ୍ରାମରେ ହିଁ ଯୁବକ ଯୁଧିଷ୍ଠିରଙ୍କ ପ୍ରାଣବାୟୁ ଉଡିଯାଇଥିଲା। କରୋନା ଚିହ୍ନଟ ହୋଇଥିବା ଯୋଗୁଁ ଗ୍ରାମର କେହି ମଧ୍ୟ ଶବ ଉଠାଇବାକୁ ଆସିନଥିଲେ। ଯାହା ଫଳରେ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁଙ୍କ ନେତୃତ୍ୱରେ ଗ୍ରାମର କେଶବ ସ୍ଵାଇଁ,ପ୍ରତାପ ସ୍ଵାଇଁ, ଗୌରାଙ୍ଗ ସ୍ଵାଇଁ, ନନ୍ଦନ ସ୍ଵାଇଁ, ବାବୁ ନାୟକ, ରମା ରଞ୍ଜନ ସ୍ଵାଇଁ, ସନ୍ତୋଷ ଦଳେଇ ପ୍ରମୁଖ ପିପିଇ କିଟ ପରିଧାନ କରି ଯୁଧିଷ୍ଠିରଙ୍କ ଶବକୁ ଶ୍ମଶାନକୁ ନେଇ ଦାହ କରିଥିଲେ। କରୋନା ପଜିଟିଭ ଜାଣି ମଧ୍ୟ ଉପାଧ୍ୟକ୍ଷ ଓ ଅନ୍ୟ ବ୍ୟକ୍ତିମାନେ ଶବକୁ ନିଜ କାନ୍ଧରେ ବୋହି ଶବ ସତ୍କାର କରିଥିବା ଯୋଗୁଁ ଅଞ୍ଚଳ ବାସୀଙ୍କ ଦ୍ୱାରା ପ୍ରଶଂସନୀୟ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ