ନିଜ କ୍ଷୀର ଅନଲାଇଲବିକ୍ରି କରୁଛନ୍ତି ମହିଳା

ଗାଈ କିମ୍ବା ଅନ୍ୟ ଗୃହପାଳିତ ପଶୁଙ୍କର କ୍ଷୀର ପ୍ରାୟତଃ ବିକ୍ରି ହୋଇଥାଏ । ତେବେ ସାଇପ୍ରସ୍ରେ ଜଣେ ମହିଳା ଅନ୍ଲାଇନ୍ରେ ନିଜ କ୍ଷୀର ବିକ୍ରି କରି ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସେ ହେଉଛନ୍ତି ଶଫାଇଲା ଲାମ୍ପ୍ରାଓ । ଗତ ଏକ ବର୍ଷ ତଳେ ସେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ସେ ୨ଟି ସନ୍ତାନର ଜନନୀ । ତାଙ୍କଠାରୁ ଅଧିକ କ୍ଷୀର ଉତ୍ପନ୍ନ ହେଉଥିବାରୁ ସେ ଏହାକୁ ବିକ୍ରି କରିବା ଆରମ୍ଭ କରିଛନ୍ତି । କ୍ଷୀର ନେବା ପାଇଁ ପୁରୁଷମାନେ ତାଙ୍କ ସହ ଅଧିକ ସଂଖ୍ୟାରେ ସମ୍ପର୍କ କରୁଥିବା ଲାମ୍ପ୍ରାଓ କହିଛନ୍ତି । ବଡିବିଲ୍ଡିଂ କରୁଥିବା ପୁରୁଷମାନେ ଆଉନ୍ସ ପିଛା ୮୧ ଟଙ୍କାରେ ଏହି କ୍ଷୀର କିଣୁଛନ୍ତି । ଇତିମଧ୍ୟରେ ଲାମ୍ପ୍ରାଓ ୫ ଲିଟରରୁ ଅଧିକ କ୍ଷୀର ବିକ୍ରି କରିସାରିଛନ୍ତି । ପୂର୍ବରୁ ସେ ଏହାକୁ ମାତୃହରା ଶିଶୁଙ୍କୁ ଦାନ କରୁଥିଲେ । କ୍ଷୀର ବିକ୍ରି ପାଇଁ ଏ ସମ୍ପର୍କରେ ସେ ଅନ୍ଲାଇନ୍ରେ ବିଜ୍ଞାପନ ଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସହିତ ଗ୍ରାହକମାନେ ଯୋଗାଯୋଗ କରିବା ଆରମ୍ଭ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ