ନିଜ ପତ୍ନୀଙ୍କ ନାମକୁ ଜେବି ନାମରେ ସେଭ୍ ରଖିଛନ୍ତି ବିଗ୍ ବି’
ନୂଆଦିଲ୍ଲୀ: “କୌନ ବନେଗା କରୋଡପତି’ର ୧୧ତମ ସିଜନ୍ ସଫଳ ଭାବେ ଚାଲିଛି । ଏହି ମଞ୍ଚରେ ହସ-ମଜାକ୍ ମଧ୍ୟରେ ପ୍ରଶ୍ନ-ଉତ୍ତରର ଖେଳ ଚାଲିଛି । ଏହାର ଦର୍ଶକ ମଧ୍ୟ ଭରପୂର ଆନନ୍ଦ ଉଠାଉଛନ୍ତି । କେବିସିରେ ନିକଟ ଅଧ୍ୟାୟରେ ପ୍ରତିଯୋଗୀ ସୁମିତ ତଡିୟାଲ ଖେଳୁଥିବା ସମୟରେ ଅମିତାଭ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚାରିଥିଲେ । ବ୍ୟକ୍ତିଗତ ଜୀବନ ସମ୍ପର୍କରେ କଥା ହେଉଥିବା ସମୟରେ ଅମିତାଭ ବି ନିଜ ବିଷୟରେ ଏକ ମଜାଦାର କଥା କହିଥିଲେ । ଅମିତାଭ ପ୍ରତିଯୋଗୀଙ୍କୁ ପଚାରିଥିଲେ ତୁମର କ’ଣ ପ୍ରେମ ବିବାହ ହୋଇଛି? ବ୍ୟକ୍ତିଜଣଙ୍କ କହିଲେ-ହଁ ପ୍ରେମ ବିବାହ ତ ହୋଇଛି, କିନ୍ତୁ ପତ୍ନୀଙ୍କୁ ଏମିତି ଦେଖାଯାଇଥିଲା ଯେମିତି କି ଆରେଞ୍ଜ ମ୍ୟାରେଜ ହୋଇଛି । ତାଙ୍କ ପତ୍ନୀ ତାଙ୍କୁ ଏବେ ବି “ଏଇ ଶୁଣଛ ବୋଲି’ ଡାକିବା ସହିତ ଫୋନ୍ରେ ବି ଏହି ନାମରେ ମୋ ନମ୍ବର ସେଭ କରି ରଖିଛନ୍ତି । ଏହାପରେ ଅମିତଭା କହିଲେ, ସେ ମଧ୍ୟ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ନମ୍ବରକୁ ସଂକ୍ଷେପରେ ଫୋନ୍ରେ ଜେବି ଲେଖି ସେଭ୍ କରିଛନ୍ତି ।


