ନିଜ ବିବାହରେ ଅତିଥିଙ୍କୁ ଏଣ୍ଟ୍ରି ଫି’ ମାଗିଲେ ଯୁବତୀ
ସାଧାରଣତଃ ବିବାହ ଉତ୍ସବରେ ସାମିଲ ହେବା ପାଇଁ ଅତିଥିମାନଙ୍କୁ କାର୍ଡ ପଠାଯାଇଥାଏ, ଫୋନ୍ କରି ବାରମ୍ବାର କୁହାଯାଇଥାଏ । ହେଲେ କେବେ ଆପଣ ଶୁଣିଛନ୍ତି କି ବିବାହ ଉତ୍ସବରେ ସାମିଲ ହେବା ପାଇଁ ଅତିଥିଙ୍କୁ ଏଣ୍ଟ୍ରି ଫି’ ମାଗିବା ! ଏହା ଅଜବ ଲାଗୁଥିଲେ ମଧ୍ୟ ଆମେରିକାରେ ଏଭଳି ଘଟଣା ଘଟିଛି । ଏଠାରେ ୨୬ବର୍ଷିୟା ଜଣେ ଯୁବତୀ ନିଜ ବିବାହ ଉତ୍ସବରେ ସାମିଲ ହେବା ପାଇଁ ଅତିଥିମାନଙ୍କ ପାଇଁ ଏଣ୍ଟି୍ର ଫି’ ରଖିଥିଲେ ୫୦ ଡଲାର ଅର୍ଥାତ୍ ୩୫୦୦ଟଙ୍କା । ସେ ଏହା କରିବାର ବଡ଼ କାରଣ ଥିଲା ଏହାଦ୍ୱାରା ବିଶିଷ୍ଟ ଅତିଥିମାନଙ୍କର ଏକ ତାଲିକା ପ୍ରସ୍ତୁତ ହୋଇପାରିବ ଏବଂ ଉତ୍ସବରେ ସାମିଲ ପାଇଁ ସେମାନଙ୍କୁ ଲାଇନ୍ରେ ଠିଆ ହେବାକୁ ପଡିବ ନାହିଁ । ଏଥିସହ ଏହି ଫି’ ଦ୍ୱାରା ବିବାହରେ ଯେତିକି ଖର୍ଚ୍ଚ ହୋଇଥିବ ତାହା ମିଳିଯିବ । ଏହି ଯୁବତୀଙ୍କ ଜଣେ ଭଉଣୀ ଏହି ଏଣ୍ଟ୍ରି ଫି’ ସମ୍ପର୍କରେ ସୋସିଆଲ ମିଡିଆ ସେୟାର କରିଛନ୍ତି । ତେବେ ସେ ଲେଖିଛନ୍ତି ଯେ, ମୁଁ ଏହାକୁ ପସନ୍ଦ କରୁନାହିଁ ତେଣୁ ଭଉଣୀର ବିବାହରେ ସାମିଲ ହେଲିନାହିଁ । ଏଥିସହ ସେ ଉଲ୍ଲେଖ କରିଛନ୍ତି ଯେ, ଏଭଳି ପ୍ରସ୍ତାବ ଅତିଥିମାନଙ୍କ ପାଇଁ ଅପମାନର ବିଷୟ ।