ନିଜ ବିବାହ ଭୋଜିରେ ଅତିଥି ଙ୍କୁ ଗଛ ବାଣ୍ଟିଲେ ନବଦମ୍ପତି

ନିମାପଡ଼ା, (ସନ୍ତୋଷ ଦାଶ):ନିଜ ବାହାଘର ଭୋଜିରେ ଅତିଥି ମାନଙ୍କୁ ଉପହାର ସୁରୂପ ଗୋଟେ ଗୋଟେ ବୃକ୍ଷ ଚାରା ପ୍ରଦାନ କରି ବେଶ ଖୁସି ହୋଇଛନ୍ତି ଅସ୍ତରଙ୍ଗ ଅଞ୍ଚଳ ର ଏକ ନବ ଦମ୍ପତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଂଚାୟତ ସିଲାରୀ ଗ୍ରାମରେ । ସିଲାରୀ ଗାଁର ନବଘନ ରାଉତ ଙ୍କ ପୁଅ ସମୀର ରାଉତ ଙ୍କ ବିବାହ ଭୋଜି ଅନୁଷ୍ଠିତ ହୋଇଥିଲା। ଆଉ ବିବାହ ଭୋଜି ରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ନବଦମ୍ପତି ଙ୍କ ତରଫରୁ ଗୋଟିଏ ଗୋଟିଏ ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା। ଅତିଥି ମାନେ ନବଦମ୍ପତିଙ୍କ ଏହି ନିଆରା କାର୍ଯ୍ୟ କୁ ବେଶ ପ୍ରଶଂସା କରିଥିଲେ। ଉକ୍ତ ନବଦମ୍ପତି ଙ୍କ କହିବା ମୁତାବକ ମହାମାରୀ କରୋନା ସମୟରେ ଲୋକମାନେ ଅମ୍ଳଜାନ ଅଭାବରୁ ବହୁ ସଂଖ୍ୟା ରେ ମୃତ୍ୟୁବରଣ କରିଥିଲେ । ଯାହା ସେମାନଙ୍କ ମନ କୁ ଆଘାତ ଦେଇଥିଲା। ଏହାସହ ଆଜିକାଲି ବହୁଳ ପରିମାଣ କଳକାରଖାନା ଗଢିଉଠିବା ଦ୍ୱାରା ବାୟୁମଣ୍ଡଳ ଦୂଷିତ ହେବାରେ ଲାଗିଛି । ତେଣୁ ପରିବେଶକୁ ସୁସ୍ଥ ରଖିବା ଆମ ମାନଙ୍କ ର ପ୍ରଥମ କର୍ତ୍ତବ୍ୟ। ପ୍ରତ୍ୟେକ ମଣିଷ ଯଦି ଗୋଟିଏ ଗୋଟିଏ ଗଛ ଲଗେଇବେ ଆମ ପରିବେଶ ସୁସ୍ଥ ହୋଇପାରିବ। ଏ ଦିଗରେ ଅତିଥି ମାନଙ୍କୁ ସଚେତନ କରିବା ସହିତ ସେମାନଙ୍କୁ ଗୋଟିଏ ଗୋଟିଏ ଗଛ ଚାରା ରୋପଣ କରିବାକୁ ଅନୁରୋଧ କରିଛୁ ବୋଲି କହିଛନ୍ତି ବର ସମିର ରାଉତ । ନବଦମ୍ପତି ଙ୍କ ଏଭଳି ନିଆରା ପ୍ରୟାସ ଏବେ ଅସ୍ତରଙ୍ଗ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ