ନିଜ ହାତରେ ବିଶୋଧନ ସ୍ପ୍ରେ କଲେ ଆଡ଼ପଡ଼ା ସରପଞ୍ଚ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡିରେ କରୋନା ଭୂତାଣୁ ପାଦ ଥାପିଥିବା ବେଳେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ପ୍ରବାସୀ ଓଡ଼ିଆ ଆସିବା ପରେ ଗୋଷ୍ଠୀ ସଂକ୍ରମଣକୁ ମୁହାଉଛି । ବର୍ତ୍ତମାନ ସାନଖେମୁଣ୍ଡି ଅଞ୍ଚଳରେ ଭୟର ବାତାବରଣ ମଧ୍ୟରେ ଗତରି କରୁଛି । କଙ୍କୋରଡ଼ା ଚା ଦୋକାନୀ ଠାରୁ କରୋନା ପଜିଟିଭ ବାହାରିବା ପରେ ନିଜ ପରିବାରର ଚାରିଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଆଡ଼ପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଚାରିଜଣ କରୋନାରେ ସଂକ୍ରମିତ ହେବା ପରେ ଲୋକଙ୍କ ମନରେ ଆହୁରି ଭୟ ଘନିଭୂତ ହୋଇଛି । ଏଭଳି କ୍ଷେତ୍ରରେ ଆଡ଼ପଡ଼ା ସରପଞ୍ଚ ତଥା କ୍ଷମତାପ୍ରାପ୍ତ ଜିଲ୍ଲାପାଳ ନୀଳମାଧବ ରାଉତ ଅଞ୍ଚଳର ଜନସାଧାରଣଙ୍କ ମନରୁ ଭୟ ଦୂର କରିବା ପାଇଁ ଆଡ଼ପଡ଼ାକୁ କରୋନା ମୁକ୍ତ କରିବା ପାଇଁ ନିଜେ ଯେଦ୍ଧା ଭାବେ ପ୍ରତିପାଦିତ କରିଛନ୍ତି । କାନ୍ଧରେ ଛିଞ୍ଚନ ଯନ୍ତ୍ର ଧରି ଅ୍ରାଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରାଜିବଗାନ୍ଧି ସେବାକେନ୍ଦ୍ର, ପଞ୍ଚାୟତ ଅଫିସ, ରାସ୍ତାଘାଟ, ସ୍କୁଲ ଏବଂ ସଂଗରୋଧ କେନ୍ଦ୍ରକୁ ବିଶୋଧନ କରିଛନ୍ତି । ମେଡ଼ିକାଲକୁ ଆସୁଥିବା ଜନସାଧାରଣ , ଦୋକାନ ବଜାରରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ମାନ ନିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତରେ କୋଭିଡ଼ କେୟାର ହୋମ୍ ଖୋଲିବା ପାଇଁ ପ୍ରସ୍ତୁତ ଚାଲିଥିବା ସରପଞ୍ଚ କହିଛନ୍ତି । ସରପଞ୍ଚଙ୍କ ଏଭଳି ମହାନତା ପାଇଁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି । ସରପଞ୍ଚ ନିଜେ ସାନିଟାଇଜର ସ୍ପ୍ରେ କରିବା ଘଟଣାକୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି ।