ନିଟରେ କୃତିତ୍ୱ ହାସଲ କରି ଏବେ ଚର୍ଚ୍ଚାର ଜଣେ ପରିବା ବ୍ୟବସାୟୀଙ୍କ ଝିଅ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲାମୋହନା ବ୍ଲକ ଏକ ଉପାନ୍ତ ଅଞ୍ଚଳର ଅଡ଼ବା ଗାଁର ଜଣେ ପରିବାର ବ୍ୟବସାୟୀଙ୍କ ଝିଅ ନିଟ ପରୀକ୍ଷାରେ ୭୨୦ ମାର୍କରୁ ୬୨୨ନଂ ରଖି କୃତିତ୍ୱ ହାସଲ କରି ଚର୍ଚ୍ଚାର ବିଷୟ ପାଲଟିଛି । ଅଡ଼ବାର କୃଷ୍ଣଚନ୍ଦ୍ର ପଣ୍ଡା ଜଣେ ଗରିବ ଶ୍ରେଣୀର । ଛକରେ ପରିବା ବ୍ୟବସାୟୀ କରି ଦୁଃଖ କଷ୍ଟ କରି ପରିବାର ପ୍ରତିପୋଷଣ କରନ୍ତି । ତାଙ୍କର ଦୁଇଟି ଝିଅ । ପିଲାଟି ଦିନରୁ ସାନ ଝିଅ ଇଶ୍ରିତ ପଣ୍ଡା ଦିନେ ପଢ଼ି ଡାକ୍ତର ହେବା ପାଇଁ ମନରେ ବହୁତ ଆଗ୍ରହ ରଖିଥିଲା । ପିଲାଙ୍କ ଇଛା ପୁରଣ ପାଇଁ ବାପା ମଧ୍ୟ ଉଦ୍ୟମ କରିଆସୁଥିଲେ । ଇଶ୍ରିତା ୨୦୧୮ରେ ଗଜପତି ଜିଲ୍ଲା ରେ ଦଶମ ଶ୍ରେଣି ରେ ଟପର୍ ହୋଇ ଜିଲ୍ଲା ପାଳ ଙ୍କ ଦ୍ଵାରା ସମ୍ମାନିତ ହେଇଥିଲେ କିନ୍ତୁ ସେଇ ସମୟରେ ଇଶ୍ରୀତା ଯେଉଁ ଦଶହଜାର ପାଇବା କଥା ଜିଲ୍ଲା ପ୍ରଶାସନ ପକ୍ଷରୁ ତାହା ତାଙ୍କୁ ମିଳି ପାରିନି ଅଜି ପର୍ଯ୍ୟନ୍ତ ବୋଲି ତାଙ୍କ ଦାଦା କହିଥିବା ବେଳେ ଗତକାଲି ଝିଅ ନିଟରେ କ୍ୱାଲିଫ୍ୟାଇ ଖବର ଶୁଣିବା ପରେ ବାପା ଖୁସିରେ କାନ୍ଦି ପକାଇଛନ୍ତି । ଏଇ ଆଖିର ଲୁହ ହିଁ ବୟାନ କରୁଛି କୃଷ୍ଣଚନ୍ଦ୍ରଙ୍କ କଷ୍ଟ ଝିଅ ପ୍ରତି ବାପାଙ୍କ ଦାଇତ୍ୱ । ଜଣେ ପରିବା ବ୍ୟବସାୟୀଙ୍କ ଝିଅର ସଫଳତା ଏବେ କେବେଳ ଅଡ଼ବା ଅଂଚଳ ନୁହଁ ମୋହନା ବ୍ଲକ ସମେତ ଗଜପତି ଜିଲ୍ଲା ପାଇଁ ଗର୍ବ ଗୌରବ ଅଟେ । ଝିଅ ମଧ୍ୟ ଆଗକୁ ସଫଳତା ପାଇଁ ଆଶା ରଖିଛି। ପାଠ ପଢିବା ସମୟରେ ହିଁ ସେ ଡାକ୍ତର ହେବା ପାଇଁ ବହୁ ଆଶା ରଖି ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପରାମର୍ଶ ନେଉଥିଲେ ଆଜି ତାହା ଫଳ ପାଇଛନ୍ତି ଏବଂ ଆଗକୁ ଡାକ୍ତର ହୋଈ ଗରୀବ ଙ୍କ ସେବା କରିବେ ବୋଲି କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ