ନିଟ୍ ପରୀକ୍ଷା ଦେବା ପାଇଁ ସର୍ବନିମ୍ନ ବୟସ ସୀମା ହ୍ରାସ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ଦିଲ୍ଲୀ ହାଇକୋର୍ଟ ନିଟ୍ ପରୀକ୍ଷା ଦେବା ନିମନ୍ତେ ସର୍ବନିମ୍ନ ବୟସ ସୀମା ହ୍ରାସ ନେଇ ଆବେଦନକୁ ଖାରଜ କରିଛନ୍ତି । ମୁଖ୍ୟ ବିଚାରପତି ଡିଏନ୍ ପଟେଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କ ଉପରେ ୧୦ ହଜାର ଜୋରିମାନା ଲଗାଇଛନ୍ତି ।
ଜଣେ ନାବାଳକ ଛାତ୍ରଙ୍କ ପକ୍ଷରୁ ଦାୟର୍ ଏହି ଆବେଦନ ଉପରେ ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜିବୀ ସୁରେନ୍ଦ୍ର କୁମାର ଯାଦବ କହିଛନ୍ତି ଯେ, ବର୍ତମାନର ପୀଢ଼ି ଅତି ବୁଦ୍ଧିମାନ । ନୂତନ ପୀଢ଼ିକୁ ଦୃଷ୍ଟିରେ ରଖି ସର୍ବନିମ୍ନ ବୟସ ସୀମା ୧୫ ବର୍ଷ କରିଦିଆଯିବା ଆବଶ୍ୟକ । ଆବେଦନରେ କୁହାଯାଇଥିଲା ଯେ, ମେଡ଼ିକାଲ କାଉନସିଲ୍ ଅଫ୍ ଇଣ୍ଡିଆ (ଏମସିଆଇ) ନୋଟିଫିକେସନ ଦ୍ୱାରା ମେଡିକାଲ ଏଟ୍ରାଂନ୍ସ ପରୀକ୍ଷାରେ ସାମିଲ୍ ହେବା ପାଇଁ ସର୍ବନିମ୍ନ ବୟସ ସୀମା ୧୭ ବର୍ଷ କରାଯାଇଛି । ହେଲେ ଏ ପ୍ରକାର ପ୍ରାବଧାନ ଏମସିଆଇ ଆକ୍ଟରେ ନାହିଁ । ଆବେଦନରେ ଆବେଦନକାରୀଙ୍କ ଜନ୍ମ ତାରିଖ ୨୬ ଜାନୁଆରୀ ୨୦୦୬ ଦର୍ଶାଯାଇଛି । ସେ ୨୦୧୯ ରେ ମେଟ୍ରିକ୍ ପାସ୍ କରିଛନ୍ତି । ୨୦୨୧ ରେ ଯୁକ୍ତ ଦୁଇ ପାସ୍ କରିଛନ୍ତି । କିନ୍ତୁ, ସେ ନିଟ୍ ର ପରୀକ୍ଷା ପାଇଁ ୱେବସାଇଟରେ ଆବେଦନ କରିପାରୁନାହାଁନ୍ତି । ଏଥିପାଇଁ ସେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି । ବୟସ ୧୩ ମାସ କମ୍ ଥିବା କାରଣରୁ ସେ ପରୀକ୍ଷାରେ ସାମିଲ୍ ହୋଇପାରିନାହାଁନ୍ତି । ଏପରି କରି ଆବେଦନକାରୀଙ୍କ ମୌଳିକ ଅଧିକାରକୁ ମଧ୍ୟ କ୍ଷୁର୍ଣ୍ଣ କରାଯାଇଛି ବୋଲି ସେ ଦର୍ଶାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ