ନିଟ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ସର୍ବଭାରତୀୟ ଦକ୍ଷତା ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ବାଲେଶ୍ୱରର ଛାତ୍ରଛାତ୍ରୀଙ୍କୁ ମଡର୍ଣ୍ଣ ପବ୍ଲିକ ସ୍କୁଲର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ପୃଷ୍ଟି ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସେ ସାଧୁବାଦ ଜଣାଇବା ସହ ଏହି ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣର ଗୁରୁ ଦାୟିତ୍ୱ ବେଶ୍ ସୁଚାରୁରୂପେ ତୁଲାଇ ପାରିଛି ବୋଲି କହିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀମାନେ ହେଲେ ୬୫୫ ନମ୍ବର ରଖିଥିବା ସାତିକ ଭୋଇ, ୬୦୩ ନମ୍ବର ରଖିଥିବା ଶ୍ୱେତା ପ୍ରଧାନ ଓ ୫୮୭ ନମ୍ବର ରଖିଥିବା ମାମାଲି ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶୈକ୍ଷିକ ପରିବେଶ, ଛାତ୍ରବତ୍ସଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ୟମ ଓ ସମସ୍ତଙ୍କ ଆଶୀର୍ବାଦରୁ ଆଜି ସେମାନଙ୍କୁ ସଫଳତା ମିଳି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ