ନିଟ ପରୀକ୍ଷାରେ ସଫଳତା ପ୍ରାପ୍ତ ମଡର୍ଣ୍ଣ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):ଚଳିତ ନିଟ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମଡ଼ର୍ଣ୍ଣ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ପୃଷ୍ଟି ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସାଧୁବାଦ ଜଣାଇବା ସହ ଏହି ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣର ଦାୟିତ୍ୱ ସେମାନେ ସୁଚାରୁ ରୂପେ ତୁଲାଇ ପରିଛନ୍ତି ବୋଲି କହିଥିଲେ । ବିଶେଷ କରି ଛାତ୍ରଛାତ୍ରୀଙ୍କ ନିରନ୍ତର ଅଧ୍ୟବସାୟ ସାଙ୍ଗକୁ ଅନୁଷ୍ଠାନର ଦକ୍ଷ ଶିକ୍ଷକଙ୍କ ମୂଲ୍ୟବୋଧ ଶିକ୍ଷାଦାନ ଆଜି ମଡ଼ର୍ଣ୍ଣ ପବ୍ଲିକ ସ୍କୁଲକୁ ଗୌରବାନ୍ୱିତ କରିଛି ବୋଲି ଅଧ୍ୟକ୍ଷା ମତ ପ୍ରକାଶ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ନିଟ ପରୀକ୍ଷାରେ ସଫଳତା ହାସଲ କରିଥିବା ଜୀବନେଶ ନାୟକ, ଆଞ୍ଚଳ ପଣ୍ଡା, ଗୁଞ୍ଜନ ଖଣ୍ଡେଲୱାଲ, ଖୁସି ସଂଚିତ୍ରା, ରାଜେଶ୍ୱରୀ ନାୟକ ଏବଂ ଜେଇଇ ମେନ୍ ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ସମ୍ଭବ ଗିରି, ତନ୍ମୟ ପଣ୍ଡା ଓ ସ୍ୱୟଂଜିତ କୁଣ୍ଡୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।