ନିଟ ପରୀକ୍ଷା ସ୍ଥଗିତ ନେଇ ଉଠିଥିବା କଥା ଗୁଜବ :ଏନଟିଏର

ନୂଆଦିଲ୍ଲୀ : ଜୁନ ୧୫ ତାରିଖ ଦିନ ନିଟ ପରୀକ୍ଷା ସ୍ଥଗିତ ରହିବା ନେଇ ଏକ ଭିତ୍ତିହୀନ ସର୍ବସାଧାରଣ ନୋଟିସ ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ)ର ନଜରକୁ ଆସିଛି । ଏହା ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି । ଏନଟିଏ ଏହାକୁ ଗୁରୁତ୍ଵର ସହ ଗ୍ରହଣ କରି ଏଭଳି ଗୁଜବର ଉତ୍ସକୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଛି । ଏପରି ଜନବିରୋଧୀ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ପରୀକ୍ଷାର୍ଥୀ, ସେମାନଙ୍କ ଅଭିଭାବକ ଓ ସର୍ବସାଧାରଙ୍କ ଗୋଚରାର୍ଥେ ଜଣାଇଦିଆଯାଉଛି ଯେ, ଏପରି କୌଣସି ନିଷ୍ପତ୍ତି ଏନଟିଏ କିମ୍ବା ଏଥିସହ ସଂଶ୍ଳିଷ୍ଟ କୌଣସି ସଂସ୍ଥା ଦ୍ଵାରା ନିଆଯାଇ ନାହିଁ । ଜନସାଧାରଣ ଏଭଳି କୌଣସି ବିଭ୍ରାନ୍ତିକର ତଥ୍ୟର ବଶବର୍ତ୍ତୀ ନହୋଇ ଏନଟିଏର ବିଭାଗୀୟ ୱେବସାଇଟ www.nta.ac.in କିମ୍ବା ntaneet.nic.inରେ ଲଗଅନ କରି ସଠିକ ତଥ୍ୟ ହାସଲ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ