ନିତିଦିନର ପ୍ରଭାବ ; ଦୁଇମାସ ଭିତରେ ରାମପୁରକୁ ନିର୍ମାଣ ହେଲା ରାସ୍ତା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ରାମପୁର ଗାଁ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲା । ଗାଁଟିର ପ୍ରମୁଖ ସମସ୍ୟା ରାସ୍ତା ଖଣ୍ଡିଏ ଥିବାବେଳେ ଅନେକ ଦିନ ହେବ ଏହା ନିର୍ମାଣ ହୋଇପାରିନଥିଲା । ଏନେଇ ତା-୨୬-୯-୨୦ରିଖରେ ନିତିଦିନରେ ଖବର ପ୍ରକାଶ ପାଇବା ପରେ ସରପଞ୍ଚ ରୀତାଞ୍ଜଳୀ ସାମଲ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡିଥିଲେ । ପ୍ରତିନିଧି ପ୍ରତ୍ୟୁକ୍ଷ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ଘାତପ୍ରତିଘାତ ମଧ୍ୟରେ ରାସ୍ତାଟି ନିର୍ମାଣ ହୋଇପାରିଛି । ଆଜି ପବିତ୍ରକାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସରପଞ୍ଚ ଶ୍ରୀମତୀ ସାମଲଙ୍କ ସମେତ ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟଁ ପ୍ରଧାନ, ଯୁବନେତା ଉତ୍କଳକେଶରୀ ମହାନ୍ତି ପ୍ରମୁଖ ପ୍ରଥମକରି ଚାରିଚକିଆ ଯାନରେ ଉକ୍ତ ଗାଁକୁ ଗସ୍ତ କରିଥିଲେ । ସେଠାରେ ପହଞ୍ଚିବା ପରେ ଗ୍ରାମବାସୀମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ଦୀର୍ଘଦିନ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ରାସ୍ତାଟି ନିର୍ମାଣ ହୋଇପାରିଥିବାରୁ ସରପଞ୍ଚଙ୍କ ସମେତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ ।