ନିତ୍ୟାନନ୍ଦଙ୍କ ଗିରଫଦାରୀ ପାଇଁ ବ୍ଲୁ କର୍ଣ୍ଣର ନୋଟିସ୍

ନୂଆଦିଲ୍ଲୀ:- ଆତ୍ମଘୋଷିତ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ଗିରଫଦାରୀ ପାଇଁ ବୁଧବାର ଇଣ୍ଟରପୋଲ ପକ୍ଷରୁ ଏକ ‘ବ୍ଲୁ କର୍ଣ୍ଣର ନୋଟିସ୍’ ଜାରି କରାଯାଇଛି । ପଳାତକ ଅଭିଯୁକ୍ତ ନିତ୍ୟାନନ୍ଦଙ୍କୁ ଗିରଫ କରିବା ପାଇଁ ଗୁଜୁରାଟ ପୁଲିସ୍ ଇଣ୍ଟରପୋଲର ସହାୟତା ଲୋଡ଼ିବା ପରେ ଇଣ୍ଟରପୋଲ ପକ୍ଷରୁ ନିତ୍ୟାନନ୍ଦଙ୍କ ନାମରେ ଏହି ‘ବ୍ଲୁ କର୍ଣ୍ଣର ନୋଟିସ୍’ ଜରି କରାଯାଇଛି। ସୂଚନାଅନୁସାରେ ପୂର୍ବରୁ ଏକାଧିକ ଦୁଷ୍କର୍ମ ଓ ଯୌନ ନିର‌୍ୟାତନା ମାମଲାରେ ଅଭିଯୁକ୍ତ ରହିଥିବା ଆତ୍ମଘୋଷିତ ଧର୍ମଗୁରୁ ନିତ୍ୟାନନ୍ଦ ଗତ ଡିସେମ୍ବର ମାସରେ କିଛି ନବାଳିକାଙ୍କୁ ଅପହରଣ କରିନେଇ ତାଙ୍କ ଆଶ୍ରମରେ ବନ୍ଧକ ରଖିଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଥିଲା । ଏହି ଘଟଣାର ତଦନ୍ତ କରି ଗୁଜୁରାଟ ପୁଲିସ ନିତ୍ୟାନନ୍ଦଙ୍କର ଦୁଇଜଣ ଶିଷ୍ୟାଙ୍କୁ ଗିରଫ କରିଥିଲେ। ଏହି ଘଟଣାରେ ପରେ ନିଜ ଗିରଫଦାରୀକୁ ଏଡାଇବା ପାଇଁ ଅଭିଯୁକ୍ତ ନିତ୍ୟାନନ୍ଦ ଦେଶଛାଡ଼ି ପଳାତକ ସାଜିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ