ନିତ୍ୟାନନ୍ଦ ପାଠାଗାରର ଷଷ୍ଠ ବାର୍ଷିକୀ ମହୋତ୍ସବ
ପାରଳାଖେମୁଣ୍ଡି,(ତାରିଣୀ ଚରଣ ପଣ୍ଡା): ନିତ୍ୟାନନ୍ଦ ପାଠାଗାରର ଷଷ୍ଠବାର୍ଷିକ ମହୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥିରୁପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ମୁଖ୍ୟବକ୍ତା ଭାବେ ଗୁରୁଗୈାରବ ଚନ୍ଦ୍ର ପଣ୍ଡା , ସମ୍ମାନୀତ ଅତିଥିଭାବେ କଲ୍ୟାଣୀ ଦେବୀ , ପ୍ରାକ୍ତନ ପାରଳାଖେମୁଣ୍ଡି ବିଧାୟକ ବିଜୟ କୁମାର ଜେନା, ସଭାପତିତ୍ୱ ଗୈାରହରି ପଟ୍ଟନାୟକ କରିଥିଲେ । ଅନୁଷ୍ଠାନର ସଂପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ ବିବରଣୀ ପାଠ କରିଥବା ବେଳେ ଅନୁଷ୍ଠାନର ଉପ-ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ବହୁମୁଖୀ ପ୍ରତିଭାଧର କନ୍ଦର୍ପ ପାତ୍ର ଏବଂ ଭଜଗୋବିନ୍ଦ ପାତ୍ର ମୁଖ୍ୟ ଅତିଥି ଦ୍ୱାରା ପ୍ରତିଭା ସମାନଂ ପ୍ରଦାନ କରାଯାଇଥିଲା।ଗୁରୁ କୈଳାସ ଚନ୍ଦ୍ର ପଟନାୟକ ଓ ସାଥି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।