ନିଦରେ ଶିକ୍ଷୟତ୍ରୀ,ଭିଡିଓ ଭାଇରଲ
କୁକୁଡାଖଣ୍ଡି:ବହୁ ସମୟରେ କୁକୁଡାଖଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅବ୍ୟବସ୍ଥା କଥା ଖବର କାଗଜର ସିରୋନାମା ପାଲଟିଛି I କେତେବେଳେ ଶିକ୍ଷାଧିକାରୀଙ୍କ ସମେତ କିରାଣୀ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଶିକ୍ଷାଦାତା ମାନେ ନିୟମିତ ପ୍ରାପ୍ୟ ପାଉନଥିବାବେଳେ,ଆଦିବାସୀ ଅଞ୍ଚଳରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ପାଳି କରି ଆସୁଛନ୍ତି I ଏହି ଅବ୍ୟବସ୍ଥା ମଧ୍ୟରେ ଆଉ ଗୋଟିଏ ଅଭିଯୋଗ ଯୋଡି ହୋଇଯାଇଛି କୁକୁଡାଖଣ୍ଡି ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ନାମରେ, ଗୁରୁଣ୍ଠି ପଞ୍ଚାୟତ ଶ୍ରୀରଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସୁମିତା ନାୟକ ବିଦ୍ୟାଳୟ କାର୍ଯ୍ୟ ଚାଲୁଥିବା ସମୟରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିଲେ ଏବଂ ଦିଦି ନିଘାଡ଼ ନିଦରେ ଶୋଇଥିଲେ ଯାହାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବେଶ ଘୁରିବୁଲିଲା ଏବଂ ପରବର୍ତୀ ସମୟରେ ବ୍ଲକ ଶିକ୍ଷାଅଧିକାରୀ ଏସ୍.ଗିରିଧାରୀ ଏକ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଲେଯେ ଏହି ଭିଡିଓ ଘୁରି ବୁଲିବା କାରଣରୁ ଶିକ୍ଷୟତ୍ରୀ ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି I ଏହି ବହିଷ୍କାର ସମୟରେ ସେ ଧର୍ଯ୍ୟ ଦରମାର ଅଧା ଟଙ୍କା ପାଇବେ I ଶିକ୍ଷାଅଧିକାରୀଙ୍କ ଏହିଭଳି ପଦକ୍ଷେପକୁ ସାଧାରଣ ପ୍ରଶଂସା ମିଳିଥିବା ବେଳେ ନିୟମ ଖିଲାପ କରି ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ମନରେ ଛନକା ପଶିଯାଇଛି I