ନିଧିଆ ପୋଲି ରେ ଫସି ରହିଛନ୍ତି ମଧ୍ୟପ୍ରଦେଶ ର କିଛି ପରିବାର
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଏବଂ ମୁଜାଗଡ଼ ପଞ୍ଚାୟତ ନିକଟସ୍ଥ ନିଧିଆ ପୋଲି ରେ ଫସି ରହି ଛନ୍ତି ମଧ୍ୟ ପ୍ରଦେଶ ର କିଛି ପରିବାର l କୁଲାଡ଼ ଓ ନିଧିଆପଲି ରେ ୯ ପରିବାରର ୩୨ଜଣ ଫସି ରହିଥିବା ଜଣାପଡିଛି l ଏମାନେ ଲୁହା ରେ ନିର୍ମିତ କୃଷି ଜାତ ଉପକରଣ ତିଆରି କରିବା ସହ ସେଗୁଡିକ ବିକ୍ରି କରି ରୋଜଗାର କରିବା ଆଶା ନେଇ ଗତ ୧୫ ଦିନ ତଳେ ଆସି ପହଂଚି ଥିଲେ, ହେଲେ ସରକାର ସାରା ଦେଶରେ ଲକଡାଉନ କଲା ପରେ ଏମାନଙ୍କ ପରିସ୍ଥିତି ଖରାପ ହୋଇ ପଡିଛି l ଯାହାଫଳରେ ପରିବାର ଚଳେଇବା ବଡ଼ କଷ୍ଟକର ହୋଇ ପଡିଛି l ସେମାନେ ନିଜ ଘର କୁ ଯିବାକୁ ଚାହିଁଲେ ମଧ୍ୟ ଯିବା ପାଇଁ କୌଣସି ସାଧନା ନଥିବା ବେଳେ ଟଙ୍କା ପଇସା ର ଅଭାବ ନେଇ ଅସହାୟ ହୋଇ ପଡିଛନ୍ତି lଏଣୁ ପ୍ରଶାସନର ସାହାଯ୍ୟ ନିମନ୍ତେ ଏହି ପରିବାର ଅପେକ୍ଷା କରିଥିବା ବେଳେ ପ୍ରଶାସନ ଏହି ଖବର ଜାଣିପାରିଥିଲା ଯାହାଫଳରେ ସେମାନଙ୍କୁ ପ୍ରଶାସନ ତରଫରୁ କୁଲାଡ଼ ଠାରେ ଖାଇବା ଓ ରହିବା ବ୍ୟବସ୍ଥା କରାଯାଇଛି ବୋଲି କୁଲାଡ଼ ପଞ୍ଚାୟତ ସରପଞ୍ଚ ପ୍ରକାଶ ପାଣିଗ୍ରାହୀ କହିଛନ୍ତି


