ନିଧିପଣ୍ଡା ରେଲୱେ ବ୍ରିଜ ତଳ ରାସ୍ତାର ସ୍ଥାୟୀ ମରାମତି ପାଇଁ ଦାବି

ବାଲେଶ୍ୱର, (ସରୋଜ କୁମାର ପଣ୍ଡା):ଓଡଙ୍ଗୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିଧିପଣ୍ଡା ରେଲୱେ ବ୍ରିଜ ତଳ ରାସ୍ତା ଅତି ଶୋଚନୀୟ । ଏହି ରାସ୍ତା ଦେଇ ଛଅଟି ଗ୍ରାମ ପଞ୍ଚାୟତର ହଜାର ହଜାର ଲୋକ ଯିବା ଆସିବା କରନ୍ତି । ବର୍ଷା ଦିନ ଥିବାରୁ ଏହି ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ନାନା ଅସୁବିଧା ସୃଷ୍ଟି ହେଉଛି । ଏ ବାବଦରେ ଗ୍ରାମବାସୀ ଏବଂ ପାଖାପାଖି ଗ୍ରାମ ପଞ୍ଚାୟତର ଲୋକମାନେ ସ୍ୱର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସେତେବେଳେ ସେ ଜିଲ୍ଲାପାଳକୁ ଅବଗତ କରିବା ସଙ୍ଗେସଙ୍ଗେ ଜିଲ୍ଲାପାଳ ରମେଶ ରାଉତ, ଆର.ଡି ଇଞ୍ଜିନିୟର ଘଟଣା ସ୍ଥଳ ପରିଦର୍ଶନ କରି କାର୍ଯ୍ୟ ହେବାର ପ୍ରତିଶୃତି ଦେଇଥିଲେ । କିନ୍ତୁ ଦୁଃଖର କଥା ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ, ତାହା ଏକ ପ୍ରଶ୍ନବାଚୀ । ଏ ବାବଦରେ ଉକ୍ତ ପଞ୍ଚାୟତରେ ବିଭିନ୍ନ ଦଳର ବ୍ୟକ୍ତି ବିଶେଷ, ସମାଜସେବୀ ସ୍ୱର୍ଗତ ବିଧାୟକଙ୍କ ସୁପୁତ୍ର ମାନସ କୁମାର ଦତ୍ତଙ୍କୁ ଅବଗତ କରାଇଥିଲେ । ଏହି ମହତ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତରେ କରାଇବା ପାଇଁ ସଦର ନିର୍ବାଚନ ମଣ୍ଡଳୀର ବିଜେପିର ବିଧାୟକଙ୍କ ପ୍ରତିନିଧି ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ବିଜେପି ଜିଲ୍ଲା ଉପ ସଭାପତି ଗଙ୍ଗାଧର ରାଉତ, ସମାଜସେବୀ ରବିନ୍ଦ୍ର ରାଉତ, ଅନନ୍ତ ନାୟକ , ପିତାମ୍ବର ଭୂୟାଁ, ମନ୍ମଥ ରାଉତ, ରାଜକିଶୋର ମହାନ୍ତି, ବିଷ୍ଣୁପଦ ପ୍ରଧାନ, ସରୋଜ ସାହୁ, ରତିକାନ୍ତ ପଣ୍ଡା, ସରୋଜ ପରିଡା, ସନ୍ଦୀପ ସାହୁ, ପ୍ରାଣକୃଷ୍ଣ ବାରିକ, ରଜତ ଦାସ, ଚନ୍ଦନ କର ଏବଂ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଆଲୋଚନା କରିଥିଲେ ତତ୍ ସହିତ ଆର.ଡି ଇଞ୍ଜିନିୟରଙ୍କୁ ଭେଟି ଯୁଦ୍ଧକାଲୀନ ଭିତରେ କାମ ଆରମ୍ଭ ହେଉ ବୋଲି ଦାବି କରିଥିଲେ ଏବଂ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ