ନିବିଡ ସମ୍ପର୍କ ଭିତରେ ବିତିଗଲା ୧୪ ଦିନ
ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗଂଜାମ ଜିଲ୍ଲାର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ବୀସ୍ରୁଖଳା ଘଟଣା ସାମନାକୁ ଆସୁଥିବା ବେଳେ ବେଲ୍ଲଗୁଣ୍ଠା ବ୍ଲକ ଅଧୀନ ଖେତ୍ରୟ ବରପୂରରେ ଆଜି ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା .ସଂଗରୋଧ ଅବଧି ସାରି ଘରକୁ ଫେରୁଥିବା ବେଳେ ପ୍ରବାସୀ ଓଡ଼ିଆ ମାନେ ଏଠାକାର ୧୪ଦିନ ରହଣୀ ମଧ୍ୟରେ ଆତିଥ୍ୟରେ ଏତେ ମାତ୍ରାରେ ପ୍ରଭାବିତ ହୋଇ ଥିଲେଜେ ସେମାନେ ବିଦାୟ ବେଳେ ଭାବ ବିହ୍ଵଳ ହୋଇ ଛଳ ଛଳ ଆଖିରେ ବିଦାୟ ନେଉ ଥିବାର ଦେଖିବାକୁ ମିଳିଥିଲା .ଆଉ ୧୪ଦିନ ରହଣୀ ମଧ୍ୟରେ ପାଇଥିବା ଆତିଥ୍ୟ ଓ ଆତ୍ମୀୟତାକୁ କେବେବି ଭୁଲି ପାରିବୁ ନାହିଁ ବୋଲି ପ୍ରକାଶ କରିଥିଲେ । ସରପଂଚ ରାଜେନ୍ଦ୍ର କୁମାର ଗୌଡଙ୍କୁ କୋହ ଭରା କଣ୍ଠରେ ସାଧୁବାଦ ଜଣାଇବା ସହ ପାଦ ଛୁଇଁ ବିଦାୟ ନେଇଥିଲେ .ମୋଟ ୪୬୩ ଜଣ ପ୍ରବାସୀଙ୍କ ମଧ୍ୟରୁ ୪୫ ପ୍ରବାସୀ ଘରକୁ ଫେରିଥିଲେ .ଖେତ୍ରୟ ବରପୂର ପଂଚାୟତ ଅନ୍ତର୍ଗତ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ଗତ ୩୦ ଓ ୩୧ ତାରିଖରେ ସୁରତ ରୁ ଆସିଥିବା ୪୬୩ ପ୍ରବାସୀ ଓଡ଼ିଆଙ୍କୁ ଏଠାରେ ରଖା ଯାଇଥିଲା । ପ୍ରବାସୀ ମାନେ ବେଶ ଶ୍ରୁଙ୍ଖଳିତ ଭାବେ ରହିବା ସାଂଗକୁ ସରପଂଚ ଶ୍ରୀ ଗଉଡ଼ଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ସମସ୍ତ ସରକାରୀ ନିୟମକୁ ମାନିବା ସହ ସରପଂଚ ଓ ସମସ୍ତ କର୍ମଚାରୀଙ୍କୁ ସହଯୋଗ କରି ଆସୁଥିଲେ .ଆଜି ବିଦାୟ ନେବା ବେଳେ ଏହି ପ୍ରବାସୀ ମାନେ ଭାବ ବିହ୍ଵଳ ହେବା ସହ ସରପଂଚ ଶ୍ରୀ ଗୌଡଙ୍କୁ ଫୁଲହାର ଦେଇ ସମ୍ବର୍ଧିତ କରିଥିଲେ .ସରପଂଚ ମଧ୍ୟ ସେମାନଂକୁ ମିଠା ଖୁଆଇ ବିଦାୟ ଦେଇଥିଲେ .ସମସ୍ତ ପ୍ରବାସୀ ମାନଙ୍କୁ କରୋନା ବିରୁଦ୍ଧରେ ଲଢେଇ ପାଇଁ ଜଗନାଥଙ୍କ ତୈଳ ଚିତ୍ର ସମ୍ମୁଖରେ ଶପଥପାଠ କରାଇଥିଲେ। .ଘରକୁ ଫେରିଲା ପରେ ଘରୋଇ ସଂଗରୋଧରେ ରହିବା କୁ ପରାମର୍ଶ ଦେଇଥିଲେ । ଆଜି ଖେତ୍ରୟ ବରପୂର ସ୍ତିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ୧୬୧.ବାଳିକା ଉଚ୍ଛ ବିଦ୍ୟାଳୟରୁ ୧୫୩:ସରକାରୀ ଉଚ୍ଛ ବିଦ୍ୟାଳୟରୁ ୧୦୨;ପାଲକସଣ୍ଢା ୟୁପି ସ୍କୁଲରୁ ୧୪ ଓ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରୁ ୨୬ ଜଣ ବିଦାୟ ନେଇଥିଲେ .ସରପଂଚ ଶ୍ରୀ ଗଉଡ଼ଙ୍କ ସମେତ ନୋଡାଲ ଅଫିସର କେ ଭେଙ୍କେଟ ରାଓ .ମେଡିକାଲ ଅଫିସର ଡାକ୍ତର ସରୋଜ ପ୍ରଧାନ .ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧକ୍ଷ ସଦାଶିବ ପ୍ରଧାନ .ଉଚ୍ଛ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟରାମ ବିଶ୍ଵାଳ .ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗିତାଂଜଳି ରଥ .ଅବସର ପ୍ରାପ୍ତ crcc ପ୍ରତାପ ଚନ୍ଦ୍ର ଶତପଥୀ .ବେଲଗୁଣ୍ଠା ବିଡିଓ ଶଶୀଭୂଷଣ ମହାପାତ୍ର ଓ ତହସିଲଦାର ସରୋଜ କୁମାର ବେହେରାଙ୍କୁ ସାଧୁବାଦ ଜଣାଇବା ସହ ଛଳ ଛଳ ଆଖିରେ ବିଦାୟ ନେଇଥିଲେ