ନିମଖଣ୍ଡିପେଣ୍ଠରେ ଆୟୋଜିତ “ଜୀବନବିନ୍ଦୁ” କାର୍ଯ୍ୟକ୍ରମ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ପଞ୍ଚାୟତ କାର୍ଯ୍ଯାଳୟରେ ରବିବାର’ ଜୀବନବିନ୍ଦୁ ‘କାର୍ଯ୍ୟକ୍ରମ ଜରିଆରେ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ସାମାଜିକ କର୍ମୀ ସିମାଞ୍ଚଳ ଗୌଡଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଓଡିଶା କାଜୁ ନିଗମ ଅଧ୍ୟକ୍ଷ ତଥା ‘ଜୀବନବିନ୍ଦୁ’ ରାଜ୍ୟ ସଂଯୋଜକ ସୁବାସ ଚନ୍ଦ୍ର ମହାରଣା ମୂଖ୍ଯଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ନିଜ ବକ୍ତବ୍ୟରେ ସେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ମାନସ ସନ୍ତାନ ବୋଲି ଅଭିହିତ କରିବା ସହ ପ୍ରତ୍ୟେକ ରକ୍ତଦାତା ସମାଜର ଜଣେଜଣେ ପ୍ରକୃତ ‘ହିରୋ’ ବୋଲି କହିଥିଲେ।ଶିବିରରେ ଅଙ୍ଗନବାଡି କର୍ମୀ ସୁନିତା କୁମାରୀ ପଣ୍ଡା ପ୍ରଥମେ ରକ୍ତଦାନ କରିଥିବା ବେଳେ ବିଜେଡି ବ୍ଲକ ସଭାପତି ବିଭୂତି ଭୂଷଣ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ରାଧାକାନ୍ତ ମହାଙ୍କୁଡ, ସରପଞ୍ଚ ସଶ୍ମିତା ରାଣୀ ଗୌଡ, ସାମାଜିକ କର୍ମୀ ଲକ୍ଷ୍ମୀ ନାରାୟଣ ପୂଜାରୀ, ଶିବ କୁମାର ରାଉତ, କେ. ଗୋପାଳ ପାତ୍ର ଏବଂ କିଶୋର ଚନ୍ଦ୍ର ସର୍ଦ୍ଦାର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ମୋଟ ୪୨ ୟୁନିଟ ରକ୍ତ ସଂଗୃହିତ କରାଯାଇଥିବା ବେଳେ ସନ୍ତୋଷ ପାତ୍ର, ରାଜେଶ ପଟ୍ଟନାୟକ, ମନୋଜ ସାହୁ, ଜିଆରଏସ ରବିନ୍ଦ୍ର ମହାଙ୍କୁଡ, ରାଜେଶ୍ବରୀ ପୂଜାରୀ, କୁନ୍ତଳା କୁମାରୀ ଦେବୀ, ଝିଲ୍ଲୀ ପାତ୍ର, ଗୀତାଞ୍ଜଳି ପାତ୍ର ଓ ଅନ୍ୟ ସ୍ବେଚ୍ଛାସେବୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ