ନିମାପଡ଼ାରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଗଣଶିକ୍ଷା ମନ୍ତ୍ରୀ 

ନିମାପଡ଼ା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ସ୍ଵୟଂଶାସିତ କଲେଜ ର ନୂତନ ଏକାଡେମୀ ବ୍ଲକ ନିର୍ମାଣ ଓ ବାମନାଳ କେନାଲ ବନ୍ଧ ର ସୁଦୃଢ଼ୀକରଣ କାର୍ଯ୍ୟ ପାଇଁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ସମୀର ରଞ୍ଜନ ଦାଶ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ନିମାପଡ଼ା ସ୍ଵୟଂ ଶାସିତ କଲେଜ ର ନୂତନ ବ୍ଲକ ନିର୍ମାଣ ପାଇଁ ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରାୟ ୩ କୋଟି ୫୬ ଲକ୍ଷ ଅନୁଦାନ ମିଳିଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଥିବାବେଳେ ବାମନାଳ କେନାଲବନ୍ଧ ର ଚିତ୍ରା ଠାରେ ୮କିମି ବନ୍ଧ କୁ ସୁଦୃଢ଼ୀକରଣ ପାଇଁ ଜଳସମ୍ପଦ ବିଭାଗ ପ୍ରାୟ ୭ କୋଟି ଟଙ୍କାର ବ୍ୟୟ ବରାଦ କରିଥିବା କହିଥିଲେ । ଆୟୋଜିତ ଶିଳାନ୍ୟାସ ଉତ୍ସବରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର, କଲେଜ ପରିଚାଳନା କମିଟି ର ସଭାପତି ଜଗତ ପ୍ରସାଦ ଶାବୁତ, କଲେଜ ଅଧକ୍ଷ ରମାକାନ୍ତ ଦାସ, ପ୍ରଶାସନିକ ଅଧିକାରୀ ପ୍ରଧ୍ୟାପକ କୃଷ୍ଣ ଚନ୍ଦ୍ର ସାବୁତ , ପୁଷ୍ପିତା ରାଜଗୁରୁ, ଏ ସି ଅଜିତ ମହାପାତ୍ର, ସହକାରୀ ଯନ୍ତ୍ରୀ କୁରାଲ ହେମବ୍ରମ ,ନଗର ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର ,ଏ ନ ଏସି ଉପାଧ୍ୟକ୍ଷ ସନ୍ତୋଷ ଦାସ ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ