ନିମାପଡ଼ା କଲେଜ ର ପ୍ରତିଷ୍ଠା ଦିବସ

ନିମାପଡ଼ା, ( ସନ୍ତୋଷ ଦାଶ) :ଆଜି ପୂର୍ବାହ୍ନରେ ନିମାପଡ଼ା ସ୍ଵୟଂଶାସିତ ମହା ବିଦ୍ୟାଳୟ ପରିସରରେକଲେଜ ର ୫୯ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ଦାଶ ଅଧ୍ୟକ୍ଷତା କରିଥିବାବେଳେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗତ ପ୍ରସାଦ ସାବୁତ୍,ଅବସରପ୍ରାପ୍ତ ଅଧ୍ୟକ୍ଷ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର, ପ୍ରଫେସର ସୁସ୍ମିତ ପାଣି,ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ସମାଜସେବୀ ମହେନ୍ଦ୍ର ସିଂହ ଭାଟିଆ ଓ ଜୀବନାନନ୍ଦ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧାନସଭା ଚାଲିଥିବାରୁ ମହାବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇ ପାରି ନଥିଲେ । ଏହି ଅବସରରେ ରୋଲ୍ ଅଫ ଷ୍ଟେକ ହୋଲଡରସ୍ ଇନ୍ ଇନଷ୍ଟିଚୁସନାଲ ଡେଭଲପମେଣ୍ଟ ଶୀର୍ଷକ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ମୋ ମହାବିଦ୍ୟାଳୟ ଅଭିଯାନରେ ପ୍ରାୟ ୫୦ ଜଣ ପୁରୁଣା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ