ନିମାପଡ଼ା କଲେଜ ର ହୀରକ ଜୟନ୍ତୀ ଉତ୍ସବ ଉଦଯାପିତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ନିମାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ ର ତିନି ଦିନିଆ ହୀରକ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି।ଏହି ତିନିଦିନିଆ କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଦ୍ୱିତୀୟ ଦିବସରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ସମୀର ରଞ୍ଜନ ଦାଶ ଯୋଗ ଦେଇଥିଲେ। ପ୍ରତିଷ୍ଠିତ କଣ୍ଠ ଶିଳ୍ପୀ ଇରା ମହାନ୍ତିଙ୍କ ସଙ୍ଗୀତ ମୂର୍ଛନାରେ ଦର୍ଶକ ବିଭୋର ହୋଇଥିଲେ।ଶେଷ ଦିବସରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ତଥା ଓଡିଶା ସରକାରଙ୍କ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାଶ ନାୟକ ଯୋଗଦେଇଥିବା ବେଳେ ବିଧାୟକ ସମୀର ରଞ୍ଜନ ଦାଶ,ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗତ ପ୍ରସାଦ ସାବୁତ,ଅଧ୍ୟକ୍ଷା ପୁଷ୍ପିତା ରାଜଗୁର,ଡିନ୍ ରମାକାନ୍ତ ଦାଶ,ଅବସରପ୍ରାପ୍ତ ଅଧକ୍ଷ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର,ଆଲୁମିନି ଆସୋସିଏସନ ସଭାପତି ବସନ୍ତ ମହାନ୍ତି ଓ ସମ୍ପାଦକ ବସନ୍ତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ଗତ ଦୁଇଦିନ ଧରି ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ ହୋଇଯାଇଥିବା କ୍ରୀଡା,ନୃତ୍ୟ, ସଂଗୀତ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ ବର୍ଷର ଶ୍ରେଷ୍ଠ ଗ୍ରାଜୁଏଟ ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଉଦଯାପନୀ ଅପରାହ୍ନରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସଙ୍ଗୀତରେ ଛାତ୍ରଛାତ୍ରୀ ମାନେ ଝୁମି ଉଠିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ