ନିମାପଡ଼ା ପ୍ରିମିୟର ଲିଗ ୨- ୦ ଗୋଲରେ ନୟାହାଟ ବିଜୟୀ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୨୦ତମ ନିମାପଡ଼ା ପ୍ରିମିୟର ଲିଗ୍ ଫୁଟ ବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ପରଷ୍ପରକୁ ଭେଟି ଥିଲେ ନିମାପଡ଼ା ହାଇସ୍କୁଲ ଏବଂ ନୟାହାଟର ଜୁଭେନାଇଲ କ୍ଲବ।ନିମାପଡ଼ା ହାଇସ୍କୁଲକୁ ୨-୦ ଗୋଲରେ ନୟାହାଟର ଜୁଭେନାଇଲ କ୍ଲବ ପରାସ୍ତ କରିଥିଲା।ନିମାପଡ଼ା ହାଇସ୍କୁଲର ସ୍ବାଧୀନ କୁମାର ମହାନ୍ତି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଆଜି ଖେଳକୁ ନିର୍ମଳ ମିଶ୍ର,ସମର ବରାଳ ଓ ଜୟନ୍ତ ରାୟ ପରିଚାଳନା କରିଥିଲେ।ଆସୋସିଏସନ୍ ଉପସଭାପତି ଦୋଳ ଗୋବିନ୍ଦ ସେଠୀ, ମହେନ୍ଦ୍ର ସିଂ ଭାଟିଆ,ପଦ୍ମ ଚରଣ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ।ବିଶ୍ଵଜିତ ମଲ୍ଲିକ,ଜୀତେଶ କାନୁନଗୋ,ପ୍ରକାଶ ବରାଳ ଓ ସତ୍ୟଜିତ ଆଚାର୍ଯ୍ୟ ପ୍ରମୁଖ ସହାୟତା କରିଥିଲେ। ଆସନ୍ତା କାଲି ବଳଙ୍ଗାର ଲଙ୍କେଶ୍ଵରୀ କ୍ଲବ ଓ ଝାମ୍ପୁଲାକୁଦର ବଜରଙ୍ଗୀ କ୍ଲବ ମଧ୍ୟରେ ଖେଳ ହେବ ବୋଲି ଆସୋସିଏସନ୍ ସଂପାଦକ ଜୀବନାନନ୍ଦ ମହାପାତ୍ର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ