ନିମାପଡ଼ା ପ୍ରୀମିୟର ଲିଗ ଫୁଟବଲ ୟୁନାଇଟେଡ କ୍ଲବ ବିଜୟୀ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ବାରବାଟି ଗ୍ରାଉଣ୍ଡ ରେ ନିମାପଡ଼ା ଆଥଲେଟିକ ଆସୋସିଏସନ ଦ୍ଵାରା ଆୟୋଜିତ ୨୦ ତମ ନିମାପଡ଼ା ପ୍ରିମିୟର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ତେରତମ ଦିବସରେ ପରସ୍ପରକୁ ଭେଟିଥିଲେ ୟୁନାଇଟେଡ କ୍ଲବ, ନୟାହାଟ ଏବଂ ବଜରଙ୍ଗୀ କ୍ଲବ, ଝାମ୍ପୁଲାକୁଦ ।ଏହି ରୋମାଞ୍ଚକର ମ୍ୟାଚ୍ ରେ ୟୁନାଇଟେଡ କ୍ଲବ୍ ର ୧୮ ନମ୍ବର ଖେଳାଳି ଜଗା ଙ୍କ ଏକ ସୁନ୍ଦର ଗୋଲ ପାଇଁ ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା ।ଆଜିର ମ୍ୟାଚ୍ ରେ ଉଭୟ ଦଳର ଖେଳାଳି ମାନଙ୍କର ଫାଉଲ ଖେଳ ଯୋଗୁଁ ତିନୋଟି ହଳଦିଆ କାର୍ଡ ପ୍ରଦାନ କରାଯାଇଥିଲା । ପୂର୍ବତନ ଫୁଟବଲ ଖେଳାଳି ପବିତ୍ର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୟୁନାଇଟେଡ କ୍ଲବ୍ ର ଜଗାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ ।ଆଜିର ମ୍ୟାଚ୍ କୁ ପରିଚାଳନା କରିଥିଲେ ରେଫରି ନିର୍ମଳ ମିଶ୍ର ,ସତ୍ୟଜିତ ଆଚାର୍ଯ୍ୟ , ସମର ବରାଳ ଏବଂ ଦୋଳ ଗୋବିନ୍ଦ ସେଠୀ ।ମ୍ୟାଚ୍ ର ସଫଳ ପରିଚାଳନା ରେ ସହାୟତା କରିଥିଲେ ବିଶ୍ୱଜିତ ମଲିକ ,ଜିତେଶ କାନୁନଗୋ ,ପ୍ରକାଶ ବରାଳ ଏବଂ ବୀରେନ ବରାଳ ।ଆସନ୍ତା କାଲି ର ମ୍ୟାଚ୍ ରୁଦ୍ରାମ୍ବିକା କ୍ଲବ୍ ଧଳେଶ୍ୱର ବନାମ ନିମାପଡ଼ା ହାଇସ୍କୁଲ ମଧ୍ୟରେ ଖେଳାଯିବା ର କାର୍ଯ୍ୟକ୍ରମ ରହିଛି ବୋଲି ସମ୍ପାଦକ ଜିବନାନନ୍ଦ ମହାପାତ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ