ନିମାପଡ଼ା ପ୍ରୀମିୟର ଲିଗ ଫୁଟବଲ :ଏନ୍ ଏ ଏ ସେମି ରେ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ବାରବାଟି ପଡ଼ିଆ ଠାରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ଦ୍ଵାରା ଆୟୋଜିତ ୨୦ ତମ ନିମାପଡ଼ା ପ୍ରିମୀୟର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ପନ୍ଦର ତମ ଦିବସରେ ପରସ୍ପରକୁ ଭେଟିଥିଲେ ନିମାପଡ଼ା। ଆଥଲେଟିକ ଆସୋସିଏସନ୍ (ଏନ ଏ ଏ) ଏବଂ ୟୁନାଇଟେଡ କ୍ଲବ୍ , ନୟାହାଟ।ପ୍ରଥମାର୍ଦ୍ଧରେ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ଆକ୍ରମଣାତ୍ମକ ଖେଳ ମାଧ୍ୟମରେ ଜ୍ଞାନ ରଞ୍ଜନ ଭୋଇ ଙ୍କ ହାଟ୍ରିକ୍ ଗୋଲ ମଧ୍ୟମରେ ୫-୦ ଗୋଲ ରେ ଅଗ୍ରଣୀ ହୋଇଥିଲା ।ଦଳ ପକ୍ଷରୁ ଜଗନ୍ ଭୋଇ ଙ୍କ ଗୋଲ ଚିତ୍ତାକର୍ଷକ ହୋଇ ଥିଲା ।ଆଜିର ମ୍ୟାଚରେ ପୁରୀ ଜିଲ୍ଲାର ଫୁଟବଲ କୋଚ ଜଗନୂର୍ଲ ମହମ୍ମଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଦିତୀୟାର୍ଦ୍ଧ ଖେଳ ଆରମ୍ଭରୁ ୟୁନାଇଟେଡ କ୍ଲବ ସୁନ୍ଦର ଖେଳ ପ୍ରଦର୍ଶନ କରିବା ସହିତ ୧୮ ନମ୍ବର ଖେଳାଳି ଜଗା ଙ୍କ ଗୋଲ ମାଧ୍ୟମରେ ମ୍ୟାଚ୍ ର ଏକମାତ୍ର ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ନିମାପଡା ଆଥଲେଟିକ ଆସୋସିଏସନ୍ ଏହି ମ୍ୟାଚ୍ କୁ ୫-୧ ଗୋଲ ରେ ବିଜୟୀ ହୋଇ ସେମି ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଥିଲା ।ଆଜିର ମ୍ୟାଚ୍ ରେ ଜ୍ଞାନ ରଞ୍ଜନ ଭୋଇ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମୁଖ୍ୟ ଅତିଥି ଜଗନୁଲ ମହମ୍ମଦ ଙ୍କ ଠାରୁ ଗ୍ରହଣ କରିଥିଲେ ।ଆଜିର ମ୍ୟାଚ୍ କୁ ପରିଚାଳନା କରିଥିଲେ ରେଫରୀ ନିର୍ମଳ ମିଶ୍ର, ରଞ୍ଜିତ କେଶରୀ ନାୟକ ,ସମର ବରାଳ,ଏବଂ ଗୋବିନ୍ଦ ସେଠୀ। ବିଶ୍ୱଜିତ ମଲିକ, ଜିତେଶ କାନୁନଗୋ ,ପ୍ରକାଶ ବରାଳ ସତ୍ୟଜିତ ଆଚାର୍ଯ୍ୟ ଏବଂ ବୀରେନ ବରାଳ ପ୍ରମୁଖ ସହାୟତା କରିଥିଲେ।ଆସନ୍ତା କାଲି ର ପ୍ରଥମ ସେମି ଫାଇନାଲ ମ୍ୟାଚରେ ପରସ୍ପରକୁ ଲଙ୍କେଶ୍ଵରୀ କ୍ଲବ୍, ବଳଙ୍ଗା ଏବଂ ବଜରଙ୍ଗୀ କ୍ଲବ୍ ,ଝାମ୍ପୁଲା କୁଦ ମଧ୍ୟରେ ହେବ ବୋଲି ଆସୋସିଏସନ୍ ର ସମ୍ପାଦକ ଜିବନାନନ୍ଦ ମହାପାତ୍ର ପ୍ରକାଶ କରିଛନ୍ତି ।