ନିମାପଡ଼ା – ବଳଙ୍ଗା ମୁଖ୍ୟ ରାସ୍ତା ମରାମତି ଦାବି

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡ଼ା ଅଞ୍ଚଳର ଦୁଇଟି ବଡ଼ ସମସ୍ୟାକୁ ଦୂର କରିବାକୁ ଜାଗ୍ରତ ଯୁବଶକ୍ତି ସଂଗଠନ ପକ୍ଷରୁ ଦାବି କରା ଯାଇଛି। ନିମାପଡ଼ା – ବଳଙ୍ଗା ୧୪ କିମି ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଓ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ତୁରନ୍ତ ଏହି ରାସ୍ତାକୁ ସ୍ଥାୟୀ ମରାମତି ଓ ପ୍ରଶସ୍ତିକରଣ ସହ ସଠିକ ସମୟରେ କାର୍ଯ୍ୟାରମ୍ଭ ଓ ଶେଷ କରିବା ଲାଗି ଏକ ଦାବିପତ୍ର ପୁରୀ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିମାପଡ଼ା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ରେ ପ୍ରଦାନ କରାଯାଇଥିଲା । ସେହି ପରି ନିମାପଡା ଅଞ୍ଚଳର ବିଭିନ୍ନ କେନାଲ ରେ ଦୀର୍ଘ ୬ମାସ ଧରି ଜଳଯୋଗାଣ ବନ୍ଦ ହୋଇଥିବାରୁ ଭୂତଳ ଜଳସ୍ତର ହ୍ରାସ ଘଟିଛି। ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ କାରଣରୁ ଗୋସମ୍ପଦ,ପଶୁପକ୍ଷୀ ଭୋଗୁଥିବା ଅସହ୍ୟ ଜଳ କଷ୍ଟ ର ନିରାକରଣ ପାଇଁ ତୁରନ୍ତ କେନାଲ ଗୁଡ଼ିକ ରେ ପାଣି ଛାଡ଼ିବା ଲାଗି ନିମାପଡ଼ା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । “ଜାଗ୍ରତ ଯୁବଶକ୍ତି” ସଂଗଠନ ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ ଙ୍କ ନେତୃତ୍ୱରେ ୫୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କ ହସ୍ତାକ୍ଷର ସମ୍ବଳିତ ଦାବିପତ୍ର ସହିତ ଗୋପବନ୍ଧୁ ସେବାସଂଘ ସମ୍ପାଦକ କୃଷ୍ଣଚନ୍ଦ୍ର ପାତ୍ର, ପ୍ରେସ କ୍ଲବ ନିମାପଡ଼ା ର ଉପଦେଷ୍ଟା ଶରତ କୁମାର ସେନାପତି, ଶକ୍ତି ରଥ, ରଞ୍ଜିତ ରଥ, ରତିକାନ୍ତ ଓଝା, ବାବୁଲି ମହାପାତ୍ର, ଦେବାଶିଷ ଦାଶ, ଅନୁକୂଳ ସ୍ବାଇଁ, ବିଶ୍ୱଜିତ ବେହେରା, ଜଗନ୍ନାଥ ପରିଡ଼ା, ଅଭିଜିତ ମହାପାତ୍ର, ନିରଞ୍ଜନ ଓଝା ପ୍ରମୁଖ ଏକତ୍ରିତ ହୋଇଯାଇ ନିମାପଡ଼ା ଅଞ୍ଚଳର ସ୍ବାର୍ଥରକ୍ଷା ତ୍ୱରିତ ପଦକ୍ଷେପ ନେବାପାଇଁ ପ୍ରଶାସନ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ