ନିମାପଡ଼ା ବ୍ଲକରେ ୧୧୯୫ ପ୍ର।ଥିପତ୍ର ଦାଖଲ
ନିମାପଡ଼ା, (ସନ୍ତୋଷ ଦାଶ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ କରିବା ଶୁକ୍ରବାର ଶେଷ ଦିନ ଥିବାବେଳେ ନିମୋପଡ଼ା ବ୍ଲକରେ ୬୬ଜଣ ସରପଞ୍ଚ ପ୍ରାର୍ଥୀ, ୬୮ଜଣ ସମିତିସଭ୍ୟ,୪୪୮ଜଣ ୱାର୍ଡସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଗତ ୫ଦିନ ମଧ୍ୟରେ ବ୍ଲକରେ ୩୨ ସରପଞ୍ଚ ପଦବୀ ନିମନ୍ତେ ୧୧୯ ଜଣ ସରପଞ୍ଚ ପ୍ରାର୍ଥୀ, ୩୨ଟି ସମିତିସଭ୍ୟ ପାଇଁ ୧୦୮ଜଣ ସମିତିସଭ୍ୟ ପ୍ରାର୍ଥୀ, ୯୬୮ ୱାର୍ଡସଭ୍ୟ ପ୍ରାର୍ଥୀଙ୍କ ସମେତ ମୋଟରେ ୧୧୯୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ବ୍ଲକ ନିର୍ବାଚନ ଅଧିକାରୀ ” ତଥା ବିଡ଼ିଓ ବସନ୍ତ କୁମାର ମଲିକ ସୂଚନା ଦେଇଛନ୍ତି । ପ୍ରାର୍ଥପତ୍ର ଯାଞ୍ଚ ଓ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।