ନିମାପଡ଼ା – ଭୁବନେଶ୍ୱର ରୁଟ ରେ ମୋ ବସ ଚଳାଚଳ କୁ ବିରୋଧ
ନିମାପଡ଼ା, (ସନ୍ତୋଷ ଦାଶ) :-ନିମାପଡା – ଭୁବନେଶ୍ୱର ରୁଟ ରେ ମୋ ବସ ଚଳାଚଳ କୁ ବିରୋଧ କରି ଆନ୍ଦୋଳନ ନିଷ୍ପତ୍ତି ନେଇଛି ନିମାପଡା ଘରୋଇ ବସ ମାଲିକ ସଂଘ । ଆସନ୍ତା ୨୨ତାରିଖ ଠାରୁ ଉକ୍ତ ରୁଟ ରେ କୌଣସି ଘରୋଇ ବସ ଚଳାଚଳ କରିବ ନାହିଁ ବୋଲି ଘୋଷଣା କରିଛି ଘରୋଇ ବସ ମାଲିକ ସଂଘ। ସଂଘ ସଭାପତି ବିଚିତ୍ରାନନ୍ଦ ଖଟୋଇ କହିଛନ୍ତି ଯେ, ନିମାପଡ଼ା – ଭୁବନେଶ୍ୱର ରୁଟ ରେ ପରମିଟ ନଥାଇ ବେଆଇନ ଭାବେ ମୋ ବସ ଚଳାଚଳ କରୁଛି । ଫଳରେ ଘରୋଇ ବସ ଚଳାଚଳ ସମୟ ନିର୍ଘଣ୍ଟ ରେ ଅନ୍ତରାୟ ସୃଷ୍ଟି ହେଉଛି । ମୋ ବସ ଚଳାଚଳ କରିବା ଦ୍ବାରା ଘରୋଇ ବସ ମାଲିକ ମାନେ କ୍ଷତି ସହୁଛନ୍ତି। ଯଦି ତୁରନ୍ତ ମୋ ବସ ଚଳାଚଳ କୁ ବନ୍ଦ କରାନଯାଏ ତେବେ ଉକ୍ତ ରୁଟ ରେ ଘରୋଇ ବସ ଚଳାଚଳ କୁ ଅନିର୍ଦ୍ଦିଷ୍ଟ କାଳପାଇଁ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଆସନ୍ତା ୨୨ତାରିଖ ଠାରୁ ପ୍ରଥମେ ଘରୋଇ ବସ ଚଳାଚଳ ବନ୍ଦ ରହିବ। ଏ ଦିଗରେ ଦୃଷ୍ଟି ଦିଆ ନଗଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ନିମାପଡ଼ା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଘଟଣା ସମ୍ପର୍କ ରେ ପୁରୀ ଜିଲ୍ଲାପାଳ, ଏସ ପି, ନିମାପଡ଼ା ପୋଲିସ ଏସ ଡି ପି ଓ ପ୍ରମୁଖ ଙ୍କୁ ଜଣାଇଦିଆଯାଇଛି ।