ନିମାପଡ଼ା ର ରୁଦ୍ର ଓ କାକଟପୁର ର ସାଲୋନୀ ଙ୍କୁ ନେଇ ଚର୍ଚ୍ଚା

ନିମାପଡ଼ା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ଅଞ୍ଚଳ ର ୫ ବର୍ଷୀୟ ବାଳକ ରୁଦ୍ର ଓ କାକଟପୁର ଅଞ୍ଚଳ ର ୫ ବର୍ଷୀୟା ବାଳିକା ସାଇ ଶ୍ରୀ ସାଲୋନୀ ଙ୍କୁ ନେଇ ଏବେ ସାରା ଜିଲ୍ଲା ରେ ଚର୍ଚ୍ଚା । ଚର୍ଚ୍ଚା ଏଇଥିପାଇଁ ଯେ, ୫ ବର୍ଷୀୟ ରୁଦ୍ର ନଦେଖି ବି ଆପଣ ତାର ସିଲଟ ରେ ଯାହା ଲେଖି ଲିଭାଇଦେବେ ସେ ସେହି ବାକ୍ୟ/ଶବ୍ଦ କୁ ନିର୍ଭୁଲ ରେ ଲେଖିଦେଇ ପାରୁଛି । ଆଉ ୫ ବର୍ଷୀୟା ସାଲୋନୀ ନିର୍ଭୁଲ ଭାବ ରେ ଆମ ଜାତୀୟ ସଙ୍ଗୀତ କୁ ବୋଲି ପାରିବା ସହିତ ବିଭିନ୍ନ ସଂସ୍କୃତ ଶ୍ଳୋକ କୁ ଠିକ୍ ଭାବେ ଆବୃତ୍ତି କରି ଇଣ୍ଡିଆ ବୁକ୍ସ ଅଫ ରେକର୍ଡ ରେ ତାଙ୍କ ନାଁ କୁ ସ୍ଥାନିତ କରିପାରିଛି । ନିମାପଡା ବ୍ଲକ ଗଡ ଚାନ୍ଦପୁର ଗ୍ରାମ ର ସିଲୱାନ ବାରିକ ଓ ନିରୁପମା ବାରିକ ଙ୍କ ୫ ବର୍ଷୀୟ ପୁଅ ରୁଦ୍ର ନାରାୟଣ । ପାଟି ରୁ ଠିକ ଭାବେ କଥା ବହାରୁନି। ଖନେଇ ଖନେଇ କଥା ହେଉଛନ୍ତି । କିନ୍ତୁ ରୁଦ୍ର ଙ୍କୁ ନଦେଖାଇ ଯେ କୌଣସି ଭାଷା ରେ ଯେ କୌଣସି କଠିନ ଶବ୍ଦ ସ୍ଲେଟ ରେ ଲେଖି ଲିଭାଇ ଦେଲାପରେ ସେ ଅନାୟାସ ରେ ସେହି ଶବ୍ଦ କୁ ନିର୍ଭୁଲ ଭାବରେ ଲେଖି ଦେଉଛନ୍ତି । ତାଙ୍କ ବାପା ସିଲୱାନ ହାଇଦ୍ରାବାଦ ର ଏକ ଘରୋଇ କମ୍ପାନୀ ରେ ଚାକିରୀ କରୁଥିବା ବେଳେ ରୁଦ୍ର ନାରାୟଣ ସେଇଠି ଏକ ଘରୋଇ ଇଂରାଜୀ ମିଡ଼ିଅମ ବିଦ୍ୟାଳୟ ରେ ନର୍ସରୀ ପଢୁଛନ୍ତି । ତାଙ୍କ ର ଏହି ପ୍ରତିଭା ଏବେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହିପରି କାକଟପୁର ବ୍ଲକ ବୋଇତକୁଦ ଗ୍ରାମ ର ସୁରେଶ କୁମାର ମହାନ୍ତି ଓ ରୋଜାଲିନ ଖୁଣ୍ଟିଆ ଙ୍କ ୫ବର୍ଷୀୟା ଝିଅ ସାଇ ଶ୍ରୀ ସାଲୋନୀ ମହାନ୍ତି ନିର୍ଭୁଲ ଭାବରେ ଜାତୀୟ ସଙ୍ଗୀତ, ସଂସ୍କୃତ ଶ୍ଳୋକ, ସାଧାରଣ ଜ୍ଞାନ କହିଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ନିଜ ନାମ କୁ ଯୋଡ଼ି ପ୍ରମାଣପତ୍ର ପାଇପାରିଛନ୍ତି । ତାଙ୍କ ର ଏହି ପ୍ରତିଭା ବି ସ୍ଥାନୀୟ ଅଞ୍ଚଳବାସୀ ଙ୍କୁ ତଟସ୍ଥ କରିଦେଇଛି । ୫ ବର୍ଷ ର ବାଳକ ରୁଦ୍ର ଓ ୫ ବର୍ଷୀୟା ବାଳିକା ସାଇ ସାଲୋନୀ ଙ୍କ ପ୍ରତିଭା କୁ ନେଇ ଏବେ ସାରା ଜିଲ୍ଲା ରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ