ନିମାପଡାରେ ସହିଦ ଦିବସ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଅପରାହ୍ନରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସହୀଦ ସ୍ମୃତି ସଂସଦ ପକ୍ଷରୁ ସହୀଦ ଦିବସ କୋଭିଡ୍ ଗାଇଡ ଲାଇନ ଅନୁଯାୟୀ ପାଳିତ ହୋଇଯାଇଛି। ସ୍ଵାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ କୁହାଯାଉଥିବା ଚଅରପଦା କେଉଟତୋଟାଠାରୁ ଏକ ମଶାଲ ଶୋଭାଯାତ୍ରା ଆସି ଥାନା ସମ୍ମୁଖରେ ଥିବା ସହିଦ ସ୍ମୃତି ସ୍ତମ୍ଭ ନିକଟରେ ପହଞ୍ଚିଥିଲେ।ପରେ ସହିଦ୍ ଉଛବ ମଳିକଙ୍କୁ ଆରକ୍ଷୀ ବାହିନୀ ଓ ଏନ.ସି.ସି ପକ୍ଷରୁ ଗାଡ଼ ଅଫ ଅନର ପ୍ରଦାନ କରାଯାଇଥିଲା।ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ସହିଦ ସ୍ମୃତି ସଂସଦର ସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ,ସମ୍ପାଦକ ବେଣୁଧର ସେନାପତି, ନିର୍ବାହୀ ଅଧିକାରୀ ଏମ.ଶ୍ରିନିବାସ,ଅଧ୍ୟକ୍ଷା ମନସ୍ବିନୀ ଖଟୋଇ, ସଭ୍ୟ ଜିବନାନନ୍ଦ ମହାପାତ୍ର, ରାମଚନ୍ଦ୍ର ସାହୁ ଓ ଦୟାନିଧି ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସହିଦ ମାନଙ୍କ ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ଖଟୋଇ, ଉପାଧ୍ୟକ୍ଷ ଅଜୟ ସ୍ବାଇଁ,ଆଲୋକ ସାହୁ ,ସନାତନ ପ୍ରଧାନଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ