ନିମାପଡା ଏନଏସିର ପୂର୍ବତନ କାଉନସିଲରଙ୍କ ପରଲୋକ
ଚାରିଛକ(ଜୁଗାବ୍ଦ ନ୍ୟୁଜ୍):ନିମାପଡା ଏନ୍ଏସିର ପୂର୍ବତନ କାଉନସିଲର ତଥା ବିଜେପି ନେତା କାହ୍ନୁ ଚରଣ ନାୟକ(୫୦)ଙ୍କର ଗତ ବୁଧବାର ପରଲୋକ ହୋଇଯାଇଛି । ଶ୍ରୀ ନାୟକ ଗତ କିଛିଦିନ ଅସୁସ୍ଥ ଥିଲେ ଭୁବନେଶ୍ୱର ଏମସ୍ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତଦେହ ଗୁରୁବାର ନିମାପଡାରେ ପହଞ୍ôଚବା ପରେ ସେଠାରେ ବିଜେପିର ବହୁ ନେତା ଓ କର୍ମୀ ପହଞ୍ôଚ ଶେଷଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ନିମାପଡା ଅଞ୍ଚଳରେ ଶୋକରଛାୟା ଖେଳିଯାଇଥିଲା । ଶ୍ରୀ ନାୟକଙ୍କ ବିୟୋଗ ପରେ ବିଜେପିର ଏକ ଅପୂରଣୀୟ କ୍ଷତି ଘଟିଥିବା ନେଇ ନିମାପଡାର ବିଜେପି ନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କ୍ଷୋଭର ସହିତ ପ୍ରକାଶ କରିଥିଲେ । ଗାଁ ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।