ନିମାପଡା ଏସ୍ ବି ଆଇ ଲାଇଫ ଇନ୍ସୁରାନସ୍ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂିମି ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏସ୍ ବି ଆଇ ଲାଇଫ ଇନ୍ସୁରାନସ୍ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂିମି ଠାରେ ଏକ ମେଗା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ହେତୁ ଚନ୍ଦ୍ରଭାଗା ବେଳାଭୂମି ଠାରେ ରହି ସମୁଦ୍ର ର ମଜା ନେଇଥାନ୍ତି। ଏଣୁ ବନ୍ୟା ପାଣିରେ ଭସିଆସୁଥିବା ଆଳିଆ ଆବର୍ଜନାରେ ଚନ୍ଦ୍ରଭାଗା ବେଳଭୂମି ଦୂଷିତ ହେଉଥିବାରୁ ଅଲିଭ ରିଡ଼େଲର ଏନ୍ତୁଡ଼ି ଶାଳ ଚନ୍ଦ୍ରଭାଗା ବେଳାମାର୍ଗ ର ସାହୁଖଣତା ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ କୋଣାର୍କ ଏନ୍ଏସିର ପୌରଧକ୍ଷା ସଂଯୁକ୍ତା ତ୍ରିପାଠୀ ଓ ଉପାଧକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶ୍ରୀଯୁକ୍ତ ଦିପ୍ତେନ୍ଦୁ ଶେଖର (ଉପ-ଆଞ୍ଚଳିକ ପ୍ରବନ୍ଧକ) ଏବଂ ନିମାପଡ଼ା ର ବରିଷ୍ଠ ଶାଖା ପରିଚାଳକ ଅକ୍ଷୟ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇ ପ୍ଲାଷ୍ଟିକ ମୁକ୍ତ ଓ ସ୍ୱଚ୍ଛ କୋଣାର୍କ ଗଠନ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ବେଳା ମାର୍ଗରେ ପର୍ଯ୍ୟଟନ ମାନଙ୍କ ଦ୍ବାରା ପଡି ରହିଥିବା ପ୍ଲାଷ୍ଟିକ ବୋତଲ,ପଲିଥିନ ଓ ଆବର୍ଜନା ଗୁଡିକୁ ଏସ୍ ବି ଆଇ ଲାଇଫ ଇନ୍ସୁରାନସ୍ କର୍ମକର୍ତ୍ତା ମାନେ ପଡିଥିବା କୁଢ଼ କୁଢ଼ ଆବର୍ଜନା କୁ ସଫେଇ କରି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମକର୍ତ୍ତା ମନଙ୍କୁ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସ୍ ବି ଆଇ ଲାଇଫ ଇନ୍ସୁରାନସ୍ ର ସମସ୍ତ ସହକର୍ମୀ ଇନ୍ଦ୍ରଜିତ ମହାନ୍ତି , ଅନୁରାଗ ଦାଶ , ତୁଷାର ରଞ୍ଜନ ପ୍ରଧାନ , ଜ୍ୟୋତି ରଞ୍ଜନ ମହାନ୍ତି , ଅମୟ କୁମାର ମିଶ୍ର , ହିମାଂଶୁ ଭୁଷଣ ରଥ , ଉମାକାନ୍ତ ରାଉତ୍ , ଅମିତ୍ କୁମାର ଦାସ , ଅକ୍ଷୟ ନାୟକ ଓ ସମସ୍ତ ଲାଇଫ ମିତ୍ର ବନ୍ଧୁ ମାନେ କାର୍ଯ୍ୟକ୍ରମ ରେ ଯୋଗଦେଇ ଏହି ସୁପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ